

ସତ୍ୟଶିଖା(ଭୁବନେଶ୍ୱର ) ୦୪.୦୧.୨୦୨୨ : ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା। ସନ୍ଧ୍ୟା ୫ଟାରେ କୋଭିଡ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର କରୋନା କେସ୍ ବଢିଚାଲିଥିବାରୁ ସ୍ଥିତି ନେଇ କରିବେ ସମୀକ୍ଷା। ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ୱାସ୍ଥ୍ୟ ସଚିବ ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ରହିବେ ଉପସ୍ଥିତ ରହିବେ । ସୂଚନା ଥାଉକି, ରାଜ୍ୟରେ ୧ ପ୍ରତିଶତ ଉପରେ ସଂକ୍ରମଣ । ୨୪ ଘଣ୍ଟାରେ ୬୮୦ କରୋନା ପଜିଟିଭ୍ ଚିହ୍ନଟ ।
ଆଜି ପଜିଟିଭ୍ ରେଟ୍ ରହିଛି ୧.୩୧ ପ୍ରତିଶତ । ଯାହାକି ଗତକାଲି ଥିଲା ୦.୭୭ ପ୍ରତିଶତ । ଗତ ୨୪ ଘଣ୍ଟାରେ ୫୧ ହଜାର ୭୪୫ ଟେଷ୍ଟିଂ ହୋଇଛି । ଯାହା ଗତକାଲିଠାରୁ ୩ ହଜାର ୪୮ କମ୍ । ଗତକାଲି ୫୪ହଜାର ୭୯୩ ଟେଷ୍ଟିଂ ହୋଇଥିଲା । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୬୩ ଆକ୍ରାନ୍ତ ହୋଇଛନ୍ତି । ରାଜ୍ୟରେ ଆକ୍ଟିଭ୍ କେସ୍ ରହିଛି ୨ ହଜାର ୮୮୮ ।