ବାରବାଟୀମ୍ୟାଚକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ସତ୍ୟଶିଖା (ଭୁବନେଶ୍ୱର) ୧୧.୦୬.୨୦୨୨: ବାରବାଟୀ ଟି-୨୦ ମ୍ୟାଚକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଘଣ୍ଟି ବଜାଇ ମ୍ୟାଚ୍ ଆରମ୍ଭ ହେବାର ସଙ୍କେତ ଦେବା ନେଇ ଯୋଜନା ହୋଇଛି । ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଉଥିବାରୁ ଉଚ୍ଚସ୍ତରୀୟ ଅଧିକାରୀମାନେ ବାରବାଟୀକୁ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ୍ ମଧ୍ୟ ବାରବାଟୀରେ ଉପସ୍ଥିତ ରହିବେ ।
ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଯେପରି କିଛି ତ୍ରୁଟି ନ ରୁହେ ସେଥି ପ୍ରତି ଓଡ଼ିଶା ପୁଲିସ୍‌ ପକ୍ଷରୁ ସ୍ବତନ୍ତ୍ର ଆୟୋଜନ କରାଯାଉଥିବା ଜଣାପଡ଼ିଛି । ଆର‌୍‌ଡିସି ସୁରେଶ କୁମାର ଦଳାଇ, ପୁଲିସ ଡିଜି ସୁନୀଲ ବଂଶଲ, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶି, ଡିସିପି ପିନାକ ମିଶ୍ର, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି, ସିଏମ୍‌ସି କମିସନର ଅନନ୍ୟା ଦାସ, ଓସିଏ ସମ୍ପାଦକ ସ˚ଜୟ ବେହେରା ପ୍ରମୁଖ ଷ୍ଟାଡିୟମରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଆଲୋଚନା କରିଥିଲେ । ସେହିପରି ବିସିସିଆଇ ଅଧ୍ୟକ୍ଷ ତଥା ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ମ୍ୟାଚ୍ ଦେଖିବାକୁ ଆସିବେ । ଏନେଇ ସୂଚନା ଦେଇଛି ଓଡ଼ିଶା କ୍ରିକେଟ୍ ଆସୋସିଏସନ ।

Exit mobile version