

ସତ୍ୟଶିଖା(ଭୁବନେଶ୍ଵର) ୧୦.୦୩.୨୦୨୧: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡା ଗସ୍ତରେ ଯାଇ ୪ ହଜାର କୋଟି ଟଙ୍କା ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ପ୍ରଥମେ ଗୋତମା ଏୟାର ଷ୍ଟ୍ରିପରେ ସ୍ଵତନ୍ତ୍ର ବିମାନରେ ପହଞ୍ଚିବେ । ସେଠାରୁ ହେଲିକାପ୍ଟରରେ ଯାଇ ୨ ହଜାର କୋଟି ଟଙ୍କାରେ ନିର୍ମିତ ତିଖାଲି ସ୍ଥିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଉଦଘାଟନ କରିବେ । ଏହାପରେ ଖଡ଼ିଆଳ ସହରରେ ପହଞ୍ଚିବେ । ସେଠାରେ ପିଇବା ପାଣି, ବିଭିନ୍ନ ରାସ୍ତାର ଉନ୍ନତିକରଣ, ଜଳ ଯୋଗାଣ ପାଇଁ ମେଗା ପ୍ରକଳ୍ପ, ଛତିଶଗଡ଼ କଲୁକୁ ସଂଯୋଗ କରୁଥିବା ବିଜୁ ସେତୁ ଯୋଜନାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶିଳାନ୍ୟାସ ଓ ଉଦଘାଟନ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।