

ସତ୍ୟଶିଖା (ଭୁବନେଶ୍ୱର) ୨୮.୦୩.୨୦୨୨: ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ଦାବୀ ନେଇ ବନ୍ଦକୁ ଜୋରଦାର କରିଛନ୍ତି ବିଭିନ୍ନ ଟ୍ରେଡ ୟୁନିୟନ । ରାଜଧାନୀ ଭୁବନେଶ୍ୱରରେ ସକାଳୁ ସକାଳୁ ପିକେଟିଂ କରି ରାସ୍ତା ଅବରୋଧ କରିଛନ୍ତି । ଏପରିକି ରୋଗୀଙ୍କୁ ଧରି ଯାଉଥିବା ଆମ୍ବୁଲାନ୍ସକୁ ମଧ୍ୟ ବାଟ ଛାଡି ନାହାନ୍ତି
ଫଳରେ ରାଜଧାନୀ ଭୁବନେଶ୍ୱରର ଜୟଦେବବିହାର ଛକରେ ବାଧ୍ୟହୋଇ ପଛକୁ ଫେରିଛି ଆମ୍ବୁଲାନ୍ସ । ପୂର୍ବରୁ ବନ୍ଦ ପାଳନ ବେଳେ ଏଭଳି କେବେ ଦେଖିବାକୁ ମିଳିନଥିଲା । ଜରୁରୀ ସେବାକୁ ବାଦ ଦେଇ ହେଉଥିଲା ବନ୍ଦ ପାଳନ । ହେଲେ ରାଜଧାନୀ ଭୁବନେଶ୍ୱରରେ ଆନ୍ଦୋଳନକାରୀ ଆମ୍ବୁଲାନ୍ସକୁ ମଧ୍ୟ ବାଟ ଛାଡି ନାହାନ୍ତି । ଆନ୍ଦୋଳନକାରୀଙ୍କ ଏଭଳି ଅରାଜକତାକୁ ନେଇ ପ୍ରଶ୍ନ ଉଠିଛି ।