ରାଜ୍ୟ

ନିର୍ମାଣ ଶ୍ରମିକଙ୍କ ଲାଗି ଆଜି ସ୍ଵତନ୍ତ୍ର କୋଭିଡ଼ ପ୍ୟାକେଜ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ

ସତ୍ୟଶିଖା(ଭୁବନେଶ୍ୱର) ୧୫.୦୭.୨୦୨୧:  ଶ୍ରମିକଙ୍କ ଉପରେ ଫୋକସ କରିଛନ୍ତି ରାଜ୍ୟ ସରକାର ।  ନରେଗା ଶ୍ରମିକଙ୍କ ପରେ ଏବେ ନିର୍ମାଣ ଶ୍ରମିକଙ୍କ ପାଳି । କୋଭିଡରେ ସମସ୍ୟାରେ ପଡିଥିବା ନିର୍ମାଣ ଶ୍ରମିକଙ୍କ ଲାଗି ଆଜି(ଗୁରୁବାର) ସ୍ବତନ୍ତ୍ର କୋଭିଡ଼ ପ୍ୟାକେଜ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ । ୩୮୫ କୋଟି ଟଙ୍କାର ଏହି ସ୍ବତନ୍ତ୍ର ପ୍ୟାକେଜକୁ ମୁଖ୍ୟମନ୍ତ୍ରୀ ଅପରାହ୍ନ ୫.୩୦ଟାରେ ଭିସି ଯୋଗେ ଘୋଷଣା କରିବେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ ରାଜ୍ୟର ନିର୍ମାଣ ଶ୍ରମିକମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର କୋଭିଡ ସହାୟତା ପ୍ରଦାନ କରାଯିବ। କାର୍ୟ୍ୟକ୍ରମରେ ରାଜ୍ୟର ୩୧୪ ଟି ବ୍ଲକର ନିର୍ମାଣ ଶ୍ରମିକମାନେ ଭିଡିଓ କନଫରେନସିଂ ଯୋଗେ ଯୋଡି ହେବେ । ଏପ୍ରିଲରୁ ଜୁନ ମାସ ପର୍ୟ୍ୟନ୍ତ ୩ ମାସ ମଧ୍ୟରେ କାମ କରିଥିବା ଶ୍ରମିକମାନଙ୍କୁ ପ୍ରତ୍ୟେକ ଦିନର ମଜୁରି ସହିତ ଅତିରିକ୍ତ ଟଙ୍କା ପ୍ରଦାନ କରାଯିବ ।ଏହା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ । ଦ୍ଵିତୀୟ ଲହରରେ ପ୍ରାୟ ୫୦ ହଜାରରୁ ଅଧିକ ପ୍ରବାସୀ ଶ୍ରମିକ ଓଡ଼ିଶା ଫେରିଥିବା ସରକାର ତଥ୍ୟ ସଂଗ୍ରହ କରିଛନ୍ତି । ଏମାନଙ୍କ ମଧ୍ୟରୁ ଅନେକଙ୍କର ଜବ କାର୍ଡ ଥିବାବେଳେ ସେମାନଙ୍କୁ ଓଡ଼ିଶାରେ ଅଟକାଇ କାମ ଦେବାକୁ ଲୋନ ପ୍ରଦାନ ପାଇଁ ବ୍ୟବସ୍ଥା କରାଯିବ । ନିର୍ମାଣ ଶ୍ରମିକଙ୍କୁ ମଧ୍ୟ ୧୫୦୦ ଟଙ୍କା ଲେଖାଏଁ ଦିଆଯିବ ବୋଲି ସୂଚନା ମିଳିଛି । ଏନେଇ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ସୂଚନା ମିଳିଛି ।

Show More
Back to top button