ନ୍ୟୁଜ୍ରାଜନୀତିରାଜ୍ୟସ୍ପେଶାଲ୍ ରିପୋର୍ଟ

ମୁଖ୍ୟମନ୍ତ୍ରୀଙ୍କ କହିଲେ, ମୁଁ ସବୁବେଳେ ଆପଣଙ୍କ ସହ ରହିଛି

ସତ୍ୟଶିଖା (ଭୁବନେଶ୍ୱର) ୨୮/୧୦/୨୦୨୦ : ତିର୍ତ୍ତୋଲ ଉପ-ନିର୍ବାଚନର ପ୍ରଚାର ମୈଦାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓହ୍ଲାଇଛନ୍ତି । ଡିଜିଟାଲ ପ୍ଲାଟଫର୍ମରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ଏହି ଭର୍ଚୁଆଲ ପ୍ରଚାର ମାଧ୍ୟମରେ ତିର୍ତ୍ତୋଲବାସୀଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ । ଦଳୀୟ ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ପାଇଁ ପ୍ରଚାର କରି ସେ କହିଛନ୍ତି ଯେ, ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ରାଜ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି । ତିର୍ତ୍ତୋଲର ଜନ ସାଧାରଣ ବିଜୁ ପରିବାର ସହ ରହି ଆସିଛନ୍ତି ଓ ଆଗାମୀ ଦିନରେ ମଧ୍ୟ ବିଜୁ ଜନତା ଦଳ ପ୍ରତି ନିଜର ସମର୍ଥନ ରଖିବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ,‘ମୁଁ ସବୁବେଳେ ଆପଣଙ୍କ ସହ ରହିଛି’ ।

ଆପଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଆଖିରେ ରଖି ଭିସିରେ ସାମିଲ ହୋଇଛି । ବିଷ୍ଣୁ ଦାସ ତିର୍ତ୍ତୋଲ ବିକାଶ କାମରେ ଅନେକ ଆଲୋଚନା କରିଛନ୍ତି । ‘ଶିକ୍ଷା ଓ ସ୍ୱାସ୍ଥ୍ୟର ବିକାଶ ଆମର ଲକ୍ଷ୍ୟ । ଏହାସହ ‘ନୂଆ ରୋଜଗାର ସୃଷ୍ଟି ପାଇଁ ସରକାର ଗୁରୁତ୍ବ ଦେଉଛନ୍ତି । ଗତ ୮ ମାସ ଭିତ​‌ରେ ରାଜ୍ୟକୁ ଅନେକ ଶିଳ୍ପ ଆସିଛି’ ମିଶନ ଶକ୍ତି ଜରିଆରେ ମାଆ ମାନେ ବିକାଶର ନୂଆ ପରିଚୟ ଦେଇଛି ।

Show More
Back to top button