ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ସ୍ୱାସ୍ଥ୍ୟକର୍ମୀଙ୍କ ନିରନ୍ତର କରୋନା ନମୁନା ପରୀକ୍ଷା ପ୍ରୟାସକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ l

ସତ୍ୟଶିଖା ୧୬ .୦୮.୨୦୨୦ :  ରାଜ୍ୟରେ ଗୋଟିଏ ଦିନରେ ୫୦ ହଜାରରୁ ଅଧିକ କରୋନା ନମୁନା ପରୀକ୍ଷା କରି କୋଭିଡ୍-୯୦ ବିରୋଧରେ ମାଇଲଖୁଂଟ ସ୍ଥାପନ କରିଛି ଓଡିଶା । ଏଥିପାଇଁ ସ୍ୱାସ୍ଥ୍ୟ କର୍ମୀଙ୍କ ନିରନ୍ତର ପ୍ରୟାସକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ଟୁଇଟ୍ରେ କୁହାଯାଇଛି, ସ୍ୱାସ୍ଥ୍ୟ କର୍ମୀ ଓ କରୋନା ଯୋଦ୍ଧାମାନେ ଟେଷ୍ଟ , ଟ୍ରେସ, ଓ ଟ୍ରାକକୁ ଗୁରୁତ୍ୱ ଦେଇ ନିରନ୍ତର ଭାବେ କାର୍ଯ୍ୟ କରୁଥିବାରୁ ଜୀବନ ବଂଚୁଛି । ରାଜ୍ୟରେ ଗତ ୨୪ ଘଂଟାରେ ରେକର୍ଡ ସଂଖ୍ୟକ କରୋନା ଟେଷ୍ଟ ହୋଇଛି । ଦିନକରେ ୫୨ ହଜାରରୁ ୭୯୫ ନମୁନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ୧୦ ହଜାର ୨୪୦ ଆରଟିପିସିଆର ଓ ୪୨ ହଜାର ୪୧୪ ଆଂଟିଜେନ୍ ଟେଷ୍ଟ କରାଯାଇଛି । ଏନେଇ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ତିନି ଦିନ ହେଲା ଲଗାତାର ଭାବେ ରାଜ୍ୟରେ ନମୁନା ପରୀକ୍ଷା ଅଧିକ କରାଯାଉଛି ।

Show More
Back to top button