ଦୁର୍ଘଟଣାନ୍ୟୁଜ୍ରାଜ୍ୟ

ଗୁଟ୍‌ଖା କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୧୦ରୁ ଅଧିକ ଆହତ

ସତ୍ୟଶିଖା(ଭୁବନେଶ୍ୱର) ୨୦.୧୨.୨୦୨୧: ସମ୍ବଲପୁର ଜିଲ୍ଲା ଶରଧାପାଲିରେ ଥିବା ଏକ ଗୁଟ୍‌ଖା କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୦ରୁ ଅଧିକ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି  ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି। ହେଲେ ଅଗ୍ନିକାଣ୍ଡରେ  ଗୁଟ୍‌ଖା କାରାଖାନା କ’ଣ କ୍ଷୟକ୍ଷତି ହୋଇଛି, ତାହା ଜଣାପଡ଼ିନାହିଁ। ତେବେ  ଗୁଟଖା କାରାଖାନାରେ ବିସ୍ଫୋରଣ ଯୋଗୁ ଏହି  ଅଗ୍ନିକାଣ୍ଡ  ଘଟିଥିବା ସୂଚନା ମିଳିଛି, ତେବେ ପ୍ରକୃତ କାରଣ ଜଣାପଡ଼ିନାହିଁ। ଏହି କାରାଖାନାରେ ଗୁଟ୍‌ଖା ସହ ପାନ ମସଲା ତିଆରି କରାଯାଇଥାଏ। ଅଧିକ ଖବରରୁ ଅପେକ୍ଷା କରାଯାଇଛି। 

Show More
Back to top button