ବାରବାଟୀରେ ନୂଆ ପରମ୍ପରା, ଘଣ୍ଟି ବଜାଇ ମ୍ୟାଚ୍‌କୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ସତ୍ୟଶିଖା( ଭୁବନେଶ୍ୱର )୧୩.୦୬. ୨୦୨୨ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି୨୦ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ ବାରବାଟୀ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ହୋଇଛି। ବାରବାଟୀ ମ୍ୟାଚ୍ ଅବସରରେ ଅନେକ ନୂଆ କଥା ଦେଖିବାକୁ ମିଳିଛି। କ୍ରିକେଟ୍‌ର ମକ୍କାଭାବେ ପରିଚିତ ଲର୍ଡସ ଗ୍ରାଉଣ୍ଡ ଷ୍ଟାଇଲରେ ଉଦ୍‌ଘାଟନୀ ଉତ୍ସବ ଏହା ମଧ୍ୟରୁ ଅନ୍ୟତମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ବଜାଇବା ସହ ମ୍ୟାଚ୍‌କୁ ଉଦ୍‌ଘାଟନ କରିଛନ୍ତି। ମ୍ୟାଚ୍ ଆରମ୍ଭ ହେବାର ୨ ମିନିଟ ପୂର୍ବରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ପାଭିଲିଅନ ନିକଟରେ ସ୍ଵତନ୍ତ୍ର ମଞ୍ଚ ପ୍ରସ୍ତୁତ ହୋଇଥିଲା।

Exit mobile version