ନ୍ୟୁଜ୍ରାଜ୍ୟ

ଅରିନ୍ଦମଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସତ୍ୟଶିଖା(ଭୁବନେଶ୍ୱର )୨୫.୦୯ .୨୦୨୧: ଗତକାଲି କଟକ ମୁଣ୍ଡଳିଠାରେ ବୋଟ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଟିଭିର ଚିଫ୍‌ ରିପୋର୍ଟର  ଅରିନ୍ଦମ ଦାସଙ୍କ ପରିବାର ପାଇଁ ସହାୟତା ଘୋଷଣା କରିଛନ୍ତି  ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କାର ସହାୟତା ମଂଜୁର କରିଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ଟୁଇଟ୍‌ କରି ସୂଚନା ଦେଇଛନ୍ତି।  ଓଡ଼ିଶା  ୱାର୍କିଂ ଜର୍ଣ୍ଣାଲିଷ୍ଟ  ୱେଲଫେୟାର ଫଣ୍ଡରୁ  ଏହି ଅର୍ଥ ମଂଜୁର କରାଯାଇଥିବା ସେ କହିଛନ୍ତି ।

ସେହିଭଳି ଓଟିଭି ପକ୍ଷରୁ ଅରିନ୍ଦମଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବା ପାଇଁ ଘୋଷଣା କରାଯାଇଛି। ଗତକାଲି ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା ଏହି ଘୋଷଣା କରିଥିଲେ।

ଏହା ସହିତ ଶ୍ରୀମତୀ ପଣ୍ଡା କହିଥିଲେ, ଅରିନ୍ଦମଙ୍କ ଅକାଳ ବିୟୋଗ ଏକ ଅପୂରଣୀୟ କ୍ଷତି। କେବଳ ମୋ ପାଇଁ ନୁହେଁ, ପୂରା ଅନୁଷ୍ଠାନ ପାଇଁ ଏହା ଅପୂରଣୀୟ କ୍ଷତି। ଆଉ ଜଣେ ଅରିନ୍ଦମ କେବେ ବି ସୃଷ୍ଟି ହୋଇପାରିବେ ନାହିଁ।  କୌଣସି ଆର୍ଥିକ ସହାୟତା ଏହି ଅପୂରଣୀୟ କ୍ଷତିର ଭରଣା କରିପାରିବ ନାହିଁ। ତାଙ୍କ ପରିବାର ଏବେ ଆମ ପରିବାର। ତାଙ୍କ ପରିବାରର ସମସ୍ତ ଦାୟିତ୍ୱ ଏବେ ଆମର।

 

Show More
Back to top button