ସେପ୍ଟେମ୍ବର ୧ରୁ ଚେକ୍ କ୍ଲିୟରିଂ ସିଷ୍ଟମ୍ ବଦଳିବ

ସତ୍ୟଶିଖା(ନୂଆଦିଲ୍ଲୀ ) ୨୩.୦୮ .୨୦୨୧:  ଆକ୍ସିସ୍ ବ୍ୟାଙ୍କ୍ ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ଆପଣ ଏହି ବ୍ୟାଙ୍କର ଚେକ୍ ବୁକ୍ ବ୍ୟବହାର କରୁଛନ୍ତି ତେବେ ଜାଣି ରଖନ୍ତୁ ସେପ୍ଟେମ୍ବର ୧ ତାରିଖରୁ ଚେକ୍ କ୍ଲିୟରିଂ ସିଷ୍ଟମ୍ ବଦଳିବ। ଚେକ୍ କ୍ଲିୟରାନ୍ସ ହେବାର ଗୋଟିଏ ୱାକିଂ ଡେ ବା କାର୍ଯ୍ୟ ଦିବସ ପୂର୍ବରୁ ପଜିଟିଭ୍ ପେ ଡିଟେଲ୍ସ ଦେବାକୁ ହେବ। ଏପରି ନକଲେ ଚେକ୍ ରିଟର୍ଣ୍ଣ ହୋଇଯିବ। ଆକ୍ସିସ୍ ବ୍ୟାଙ୍କ ନିଜର ଗ୍ରାହକଙ୍କୁ ଏ ସମ୍ପର୍କରେ ମେସେଜ୍ ମାଧ୍ୟମରେ ସୂଚନା ଦେଇଛି। ସୂଚନାଯୋଗ୍ୟ ୨୦୨୧ ଜାନୁଆରୀ ୧ ତାରିଖରୁ ଦେଶରେ ଚେକ୍ ପାଇଁ ନୂତନ ପଜିଟିଭ୍ ପେ ସିଷ୍ଟମ୍ ଲାଗୁ କରାଯାଇଛି। ପଜିଟିଭ୍ ପେ ସିଷ୍ଟମ୍ ହେଉଛି ଏକ ଅଟୋମେଟେଡ୍ ଫ୍ରଡ୍ ଡିଟେକ୍ସନ୍ ଟୁଲ୍। ଚେକ୍ କ୍ଲିୟର୍ କରିବା ସମୟରେ ପଜିଟିଭ୍ ପେ ନିୟମ ମାନିଲେ ଗ୍ରାହକଙ୍କ ଚେକ୍ର ଭୁଲ ବ୍ୟବହାର ହେବନାହିଁ। ଏଥିପାଇଁ ଏସ୍ଏମଏସ୍ ଜରିଆରେ ଗ୍ରାହକଙ୍କ ପାଖକୁ ସୂଚନା ପଠାଯାଉଛି। ତେଣୁ ସେନ୍ଟେମ୍ବର ୧ ତାରିଖ ପରଠାରୁ ୫ ଲକ୍ଷ ବା ଏହାଠାରୁ ଅଧିକ ଟଙ୍କାର ଚେକ୍ ରିଟର୍ଣ୍ଣ ହୋଇଯିବ। ଏହି ସିଷ୍ଟମ ମାଧ୍ୟମରେ ଏସ୍ଏମଏସ୍, ମୋବାଇଲ୍ ଆପ୍, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଓ ଏଟିଏମ୍ ଜରିଆରେ ଚେକ୍ ସୂଚନା ଦିଆଯାଇପାରିବ। ଚେକ୍ ଦେୟ ଦେବା ପୂର୍ବରୁ ଏହି ବିବରଣୀଗୁଡିକ ପୁନ-ଯାଞ୍ଚ କରାଯିବ। ଯଦି ଏଥିରେ କୌଣସି ଅସଙ୍ଗତି ଦେଖାଯାଏ ତେବେ ବ୍ୟାଙ୍କ ସେହି ଚେକ୍କୁ ରିଜେକ୍ଟ କରିଦେବ। ଏଠାରେ ଯଦି ଦୁଇଟି ବ୍ୟାଙ୍କର ମାମଲା ଅଛି ଯଥା ଯେଉଁ ବ୍ୟାଙ୍କର ଚେକ୍ କଟାଯାଇଛି ଓ ଯେଉଁ ବ୍ୟାଙ୍କରେ ଚେକ୍ ଭର୍ତ୍ତି କରାଯାଇଛି ଉଭୟଙ୍କୁ ଏ ବିଷୟରେ ଅବଗତ କରାଯିବ।

Exit mobile version