ସତ୍ୟଶିଖା (ନୂଆଦିଲ୍ଲୀ) ୧୭/୧୧/୨୦୨୦ : ହ୍ୟୁଣ୍ଡାଇ ଆତିଶୀଘ୍ର ବଜାରକୁ ଶସ୍ତା ଏସୟୁଭି ଆଣିବାକୁ ଯାଉଛି । ଏହି ଏସୟୁଭି ଉପରେ କାମ ମଧ୍ୟ ଆରମ୍ଭ ହୋଇଗଲାଣି । ଏହା ସ୍ମାର୍ଟ୍ ଇଭି ପ୍ରୋଜେକ୍ଚ ଆଧାରରେ ତିଆରି କରାଯାଉଛି । ଏହି ମିନି ଇଲେକ୍ଟ୍ରିକ୍ ଏସୟୁଭିର ୯୦ ପ୍ରତିଶତ ଅଂଶ ଭାରତରେ ପ୍ରସ୍ତୁତ ହୋଇଛି । ୨୦୨୩ରେ ଏହି କାର ଲଞ୍ଚ୍ ହୋଇପାରେ ।
ନୂଆ ଅବତାରରେ କୋନା ଇଲେକ୍ଟ୍ରିକ୍
କମ୍ପାନୀ କିଛି ସମୟ ପୂର୍ବରୁ କୋନା ଇଲେକ୍ଟ୍ରିକର ଫେସଲିଫ୍ଟ୍ ଭର୍ସନ ଲଞ୍ଚ୍ କରିଥିଲା । ଅନଗୋଇଂ ମଡେଲ ତୁଳନାରେ ନୂଆ ମଡେଲ୍ ୪୦ ମିମି ଅଧିକ ଲମ୍ବା ଅଟେ । ଏହି କାର୍ ପାଇଁ ୧୬ଟି ରଙ୍ଗର ବିକଳ୍ପ ରହିଛି । ଏହାମଧ୍ୟରୁ ୮ ଟି ନୂଆ ରଙ୍ଗ ରହିଛି ଯାହା ପ୍ରଥମ ଥର ପାଇଁ ଉପଲବ୍ଧ ହେଉଛି ।