ଶ୍ରୀମନ୍ଦିର ଭିତରେ କେମିତି ହେବ ରଥ ରୀତିନୀତି, ପ୍ରଶ୍ନ ଉଠାଇଲେ ପରିଚାଳନା କମିିଟି ସଦସ୍ୟ !

ସତ୍ୟଶିଖା : ଚଳିତ ବର୍ଷ ରଥ ଯାତ୍ରା ହେବ କି ନାହିଁ ସେ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତିକୁ ଅପେକ୍ଷା କରାଯାଇଛି । ରଥ ଯାତ୍ରା ଉପରେ ସୁପ୍ରିମକୋର୍ଟଙ୍କ କଟକଣା ପରେ ରାୟର ପୁନଃବିଚାର ପାଇଁ ଏକାଧିକ ଆବେଦନ ହୋଇଛି । ଏହି ସମସ୍ତ ଆବେଦନର ଶୁଣାଣି ଆସନ୍ତା ସୋମବାର କରିବେ ସୁପ୍ରିମକୋର୍ଟ । ଏପଟେ ଶ୍ରୀମନ୍ଦିର ଭିତରେ କେମିତି ହେବ ରଥ ଯାତ୍ରା ନୀତିକାନ୍ତି ସେନେଇ ପ୍ରଶ୍ନ ଉଠାଇଛନ୍ତି ପରିଚାଳନା କମିଟି ସଦସ୍ୟ ରଘୁନାଥ ମହାପାତ୍ର ।

ରଥ ଯାତ୍ରା ହେବ କି ନାହିଁ ଏଯାଏଁ ସ୍ପଷ୍ଟ ହୋଇନାହିଁ । ଏପଟେ କିନ୍ତୁ ପୁରୀରେ ଆଗେଇ ଚାଲିଛି ରଥ କାମ । ଆଜି ତିନି ରଥରେ କନା ମଣ୍ଡନ କାମ ଆରମ୍ଭ ହୋଇଛି । କୋଠ ସୁଆଶିଆ ସେବାୟତ ଏହି କନା ମଣ୍ଡନ କାମ କରୁଛନ୍ତି । ସୁପ୍ରିମକୋର୍ଟଙ୍କ ନିଷ୍ପତି ରଥ ଯାତ୍ରା ସପକ୍ଷରେ ଆସିଲେ ଏଥିପାଇଁ ଆଗୁଆ ପ୍ରସ୍ତୁତ ହୋଇ ରହିବାକୁ ଚାହୁଁଛି ଶ୍ରୀମନ୍ଦିର ପ୍ରଶାସନ ।

Exit mobile version