ଖେଳମନୋରଞ୍ଜନ

ନୂଆ ଦଳ ସାମିଲ ସମ୍ଭାବନା ବହୁତ କମ୍‌‌ ୨୦୨୧ ଆଇପିଏଲ୍

ସତ୍ୟଶିଖା ୨୨ /୧୨/୨୦୨୦ : ବିସିସିଆଇ ଆନୁକୂଲ୍ୟରେ ଆୟୋଜିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୧ ସଂସ୍କରଣରେ ନୂଆ ଦଳ ସାମିଲ କରାଯିବା ସମ୍ଭାବନା କମ୍‌ ବୋଲି ଚର୍ଚ୍ଚା ହେଉଛି । ୨୦୨୧ ସଂସ୍କରଣରେ ପୂର୍ବପରି ୮ଟି ଦଳକୁ ନେଇ ଆଇପିଏଲ୍ ଖେଳାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ୨୦୨୧ ଆଇପିଏଲ୍‌ରେ ଗୋଟିଏ କିମ୍ବା ଦୁଇଟି ନୂଆ ଦଳ ସାମିଲ କରିବାକୁ ବିସିସିଆଇ ଯୋଜନା ରଖିଥିଲା । ତେବେ ଏହି ଆଇପିଏଲ୍‌ ନିମନ୍ତେ ହାତରେ ମାତ୍ର ସାଢ଼େ ୩ ମାସ ସମୟ ରହିଥିବାରୁ ନୂଆ ଦଳ ସାମିଲ କରାଯିବାକୁ ସ୍ଥଗିତ ରଖାଯିବାକୁ ବିସିସିଆଇ ମନସ୍ଥ କରିଛି । ଆଇପିଏଲ୍‌ର ୨୦୨୨ ସଂସ୍କରଣରେ ନୂଆ ଦଳକୁ ସାମିଲ କରାଯିବ ବୋଲି ଜଣାପଡ଼ିଛି । ଆସନ୍ତା ୨୪ରେ ଅହମ୍ମଦାବାଦ୍‌ରେ ବିସିସିଆଇର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ଅନୁଷ୍ଠିତ ହେବାକୁ ଯାଉଥିବାରୁ ଏ ସଂପର୍କରେ ଏଜିଏମ୍‌ରେ ଘୋଷଣା କରାଯିବ ବୋଲି ଚର୍ଚ୍ଚା ହେଉଛି । ବିସିସିଆଇ ଏଜିଏମ୍‌ରେ ଆଇପିଏଲ୍‌ରେ ନୂଆ ଦଳ ସାମିଲ କରାଯିବା ନେଇ ଆଲୋଚନା ହେବ । ନୂଆ ଦଳ ସାମିଲ କରାଯିବା ନେଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବାକୁ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇପାରେ । ତେବେ ଆଇପିଏଲ୍‌ରେ ନୂଆ ଦଳ ୨୦୨୨ ସଂସ୍କରଣରେ ଖେଳିବାର ସୁଯୋଗ ପାଇବେ । ନୂଆ ଦଳ ପାଇଁ ବିସିସିଆଇ ଦ୍ୱାରା ଯେଉଁ ଟେଣ୍ଡର ଡକାଯିବ ତା ଉପରେ ବିଭିନ୍ନ ବଡ଼ ବଡ଼ ସଂସ୍ଥାଙ୍କର ନଜର ରହିଛି । ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବା ପରେ ନୂଆ ଦଳ କିଣିବା ଦୌଡ଼ରେ କେଉଁମାନେ ସାମିଲ ହେବେ ତାହା ସ୍ପଷ୍ଟ ହୋଇଯିବ ।

Show More
Back to top button