କାର୍ଟୁନିଷ୍ଟ କିଶୋର ରଥଙ୍କ ପରଲୋକ

ସତ୍ୟଶିଖା(ଭୁବନେଶ୍ୱର )୦୮.୧୧ .୨୦୨୧: ଓଡ଼ିଶାର ଜଣାଶୁଣା କାର୍ଟୁନିଷ୍ଟ କିଶୋର ରଥଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୮ ବର୍ଷ ହୋଇଥିଲା। ହୃଦ୍‌ଘାତ ତାଙ୍କର ପରଲୋକ ହୋଇଛି। ତାଙ୍କ ପୁଅ ଦେବଦଳନ ରଥ ଏହି ସୂଚନା ଦେଇଛନ୍ତି।

ସମ୍ବାଦ’ରେ ‘କଟାକ୍ଷ’ ଓ ‘ସ୍ପୋର୍ଟାକ୍ଷ’ କାର୍ଟୁନ ଲାଗି କିଶୋର ରଥ ଘରେ ଘରେ ପରିଚିତ ଥିଲେ।

ସୂଚନା ଅନୁଯାୟୀ, ସେ ଦୁଇ ଦିନ ହେଲା ଅସୁସ୍ଥ ଥିଲେ। ଗତକାଲି ରାତିରେ ଶ୍ୱାସ ଜନିତ ସମସ୍ୟା ହେବାରୁ ତାଙ୍କୁ କ୍ୟାପିଟାଲ ହସ୍‌ପିଟାଲ୍ ନିଆଯାଇଥିଲା। ଇସିଜି କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କେବଳ କାର୍ଟୁନ ନୁହେଁ, ଢୁମ୍ପା ସଙ୍ଗୀତରେ ତାଙ୍କର ବିଶେଷ ରୁଚି ଓ ଅଭିଜ୍ଞତା ଥିଲା। ଢୁମ୍ପା ହେଉଛନ୍ତି ଏକ ପାରମ୍ପାରିକ ସଙ୍ଗୀତ, ଯାହା ନୟାଗଡ଼ ଓ ଗଞ୍ଜାମ ଭଳି ଜିଲ୍ଲାରେ ବେଶ୍ ପରିଚିତ।

କିଶୋରଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍‌ କରି ଦୁଃଖ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, ସମାଜର ବିଭିନ୍ନ ପ୍ରସଙ୍ଗକୁ ବ୍ୟଙ୍ଗ ଚିତ୍ର ମାଧ୍ୟମରେ ଉପସ୍ଥାପନ କରିବାର ନିଜର ସ୍ୱତନ୍ତ୍ର ଶୈଳୀ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ।

Exit mobile version