ନ୍ୟୁଜ୍ରାଜ୍ୟସ୍ପେଶାଲ୍ ରିପୋର୍ଟ
ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା କାର l


ସତ୍ୟଶିଖା ୨୨.୦୯.୨୦୨୦ : ରାସ୍ତା ଉପରେ ହୁ ହୁ ହୋଇ ଚଳିଗଲା ଚଳନ୍ତାକାର । ମାଲକାନଗିରି ସ୍ଥିତ ଏମଭି ୧୬ ଗାଁ ନିକଟରେ ୩୨୭ ନଂବର ଜାତୀୟ ରାଜପଥରେ ଘଟିଛି ଏପରି ଘଟଣା । ତେବେ କାରରେ ନିଆଁ ଲାଗିବା ପରେ ଜଣାପଡିଛି, କାରରେ ଗଂଜେଇ ଚାଲାଣ କରାଯାଉଥିଲା ।
କାର ସହ ଗଂଜେଇ ବି ଜଳି ପାଉଁଶ ହୋଇଯାଇଛି । ତେବେ ବଂଚିଯାଇଥିବା ଅବଶେଷରୁ ଜଣା ପଡିଛି କାରରେ ଗଂଜେଇ ଭର୍ତି କରି ଚାଲାଣ କରାଯାଉଥିଲା । ତେବେ କାରରେ ଯାଉଥିବା ଲୋକେ ନିଆଁ ଲାଗିବା ପରେ କାରକୁ ଛାଡି ଫେରାର ହୋଇଯାଇଛନ୍ତି ।
କାରଟି ଜାତୀୟ ରାଜପଥରେ କାଳିମେଳା ଅଭିଯୁଖେ ଯାଉଥିବା ବେଳେ ଏମଭି ୧୬ ଗାଁ ନିକଟରେ ଜଳି ଯାଇଥିଲା । କାରରେ ଯାଉଥିବା ଯାତ୍ରୀ ନିଆଁ ଲାଗିବା ପରେ ଫେରାର ହୋଇଯାଇଥିବାରୁ କିଏ ଗଂଜେଇ ଚାଲାଣ କରୁଥିଲା, କେଉଁଠୁ ଗଂଜେଇ ଭର୍ତି କରି କେଉଁ ସ୍ଥାନକୁ ଚାଲାଣ କରାଯାଉଥିଲା ଜଣାପଡି ନାହିଁ ।