ସତ୍ୟଶିଖା( ଭୁବନେଶ୍ୱର)୨୪.୦୮ . ୨୦୨୨: ଆଠଗଡ଼ ଗତ କିଛି ଦିନ ହେବ ଚାରିଆଡ଼େ ଲାଗି ରହିଛି ବନ୍ୟା ବିଭୀଷିକା । ବହୁ ଧନଜୀବନ କ୍ଷୟକ୍ଷତି ହୋଇଛି। ବନ୍ୟା ସୁଅରେ ପଡ଼ି ଚାଲି ଯାଇଛି ବହୁ ଜୀବନ । କିଛି ଦିନ ପୂର୍ବେ ବନ୍ୟାର ପ୍ରଖର ସୁଅରେ ଏକ କାର୍ ପଡ଼ିଯାଇଥିବା ବେଳେ ସେଥିରେ ଥିବା ୪ ଜଣ ମୃତ୍ୟୁ ନିଶ୍ଚିତ ବୋଲି ଭାବି ନେଇଥିଲେ। ହେଲେ ସେମାନଙ୍କ ନିକଟକୁ ଦେବଦୂତ ସାଜି ଆସିଲେ ନରେଶ ନାୟକ ନାମକ ଯୁବକ । ଆଉ ମରଣ ମୁହଁରୁ ଉଦ୍ଧାର କରିନେଲେ ୪ ଜୀବନ । ଏପରି ଦେବଦୂତ ସାଜି ୪ ଜଣଙ୍କୁ ନୂଅ ଜୀବନ ଦେଇଥିବା କଟକ ଜିଲ୍ଲା ଖୁଣ୍ଟୁଣୀ ଥାନାର ନରେଶ ନାୟକଙ୍କୁ ସମ୍ମାନିତ କରିବାକୁ ଦାବି ଉଠୁଛି।
ବନ୍ୟାରେ ଭାସି ଯାଉଥିଲା କାର୍, ଦେବଦୂତ ସାଜି ୪ ଜୀବନ ରକ୍ଷା କଲେ ଯୁବକ
