

ସତ୍ୟଶିଖା(ସମ୍ବଲପୁର ) ୨୯.୧୨.୨୦୨୧: ଝିପିଝିପି ବର୍ଷା ସାଙ୍ଗକୁ କୋହଲା ପାଗ ଯୋଗୁଁ ଦୁର୍ଘଟଣା । ସମ୍ବଲପୁର NH 49 କୁଚିଣ୍ଡା ନିକଟ ଜୁନାନୀରେ ଘଟିଛି ଦୁର୍ଘଟଣା । ଛିଡା ହୋଇଥିବା ହାଇଓ୍ବାକୁ ଧକ୍କା ଦେଲା କାର୍ । ଫଳରେ 6 ଜଣ ଗୁରୁତର ହୋଇଥିବାବେଳେ 2 ଜଣ ଆହତ ହୋଇଛନ୍ତି ।
ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । କାରରେ ଝାରସୁଗୁଡାରୁ ପାଲଲହଡା ଯାଉଥିବାବେଳେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି ।