ସତ୍ୟଶିଖା(ଭୁବନେଶ୍ୱର) ୧୫.୧୧.୨୦୨୩ : ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଯୋଡିମାଦେଲି ଘାଟି ତଳକୁ ଖସଲା ଏକ କାର। ଉକ୍ତ କାରରେ ଛତିଶଗଡ ଠାରୁ ଆନ୍ଧ୍ର ଅଭିମୁଖେ ଚାରି ଜଣଙ୍କ ଯାତ୍ରୀ ଯାଉ ଥିବା ନେଇ ଜଣାପଡ଼ିଛି।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରୁଥିବା ବେଳେ ତିନି ଜଣଙ୍କ ମୃତ୍ୟୁ ଘଟିବା ନେଇ ଜଣାପଡ଼ିଛି। ଏଥିସହ ଜଣେ ଗୁରୁତର ଥିବା ଜଣା ପଡିଛି। ମୃତକଙ୍କ ପରିଚୟ ମିଳିପାରିନାହିଁ.
ଗତକାଲି ବିଳମ୍ବିତ ରାତ୍ରୀ ସମୟରେ ଉକ୍ତ ଘଟଣା ଟି ଘଟିଥିବା ନେଇ ଜଣାପଡ଼ିଛି।