ଦୁର୍ଘଟଣାଦେଶନ୍ୟୁଜ୍

ପୋଲ ତଳକୁ ଖସିଲା କାର ; ୭ ଡାକ୍ତରୀ ଛାତ୍ର ମୃତ

ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ସତ୍ୟଶିଖା(ମୁମ୍ବଇ ) ୨୫.୦୧.୨୦୨୨ : ମୁମ୍ବଇ : ମହାରାଷ୍ଟ୍ରର ସେଲସୁରା ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୭ ଜଣ ଡାକ୍ତରୀ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି। ମୃତକଙ୍କ ମଧ୍ୟରେ ବିଜେପି ବିଧାୟକ ବିଜୟ ରାହାଙ୍ଗଦାଲେଙ୍କ ପୁଅ ଅବିନାଶ ରାହାଙ୍ଗଦାଲେ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। କିଛି ଆହତ ମଧ୍ୟ ହୋଇଛନ୍ତି। ରାତି ପ୍ରାୟ ୧୧ଟା ସମୟରେ ଏକ କାରରେ ଡାକ୍ତରୀ ଛାତ୍ରମାନେ ଯାଉଥିବା ସମୟରେ କାରଟି ପୋଲ ତଳକୁ ଖସିପଡିବାରୁ ଏହି ଦୁର୍ଘଟଣା ଘଟିଛି। ସଭିଏଁ ଦେଓଲିରୁ ମେଡିକାଲ କଲେଜ ଯାଉଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ସେଲସୁରା ଶିବାରରୁ ଅତିକ୍ରମ କରୁଥିବା ସମୟରେ ପୋଲ ନିକଟରେ ହଠାତ ଏକ ଜଙ୍ଗଲୀ ଜନ୍ତୁ ପଳାଇ ଆସିବାରୁ ଜନ୍ତୁଙ୍କ ବଞ୍ଚାଇବାକୁ ଚେଷ୍ଟା କରିବା ସମୟରେ ଗାଡିଟି ଅନିୟନ୍ତ୍ରିତ ହୋଇ ପୋଲ ତଳକୁ ଖାଇକୁ ଖସିପଡିଥିଲା।
ମହାରାଷ୍ଟ୍ରର ସେଲସୁରା ନିକଟରେ ଘଟିଥିବା ଏହି ଦୁଃଖଦ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିଜନଙ୍କ ପ୍ରତି ସମବେଦନା ପ୍ରକାଶ କରିବା ସହ ରାଷ୍ଟ୍ରୀୟ ରିଲିଫ ପାଣ୍ଠିରୁ ୨ ଲକ୍ଷ ଲେଖାଏଁ ଓ ଆହତଙ୍କୁ ୫୦ ହଜାର ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏନେଇ ସୂଚନା ମିଳିଛି।

Show More
Back to top button