ରାଜ୍ୟ
ସପ୍ତାହାନ୍ତ ସଟଡାଉନରେ ଦୋକାନ ଖୋଲି ତଣ୍ଡ ଗଣିଲେ ,ଦୋକାନ ସିଲ୍


ସତ୍ୟଶିଖା( ରାଉରକେଲା ) ୦୯ .୦୫.୨୦୨୧: ଗତକାଲିଠୁ ଆରମ୍ଭ ହୋଇଛି ସପ୍ତାହାନ୍ତ ସଟଡାଉନl ଆଜି ଦ୍ବିତୀୟ ଦିନରେ ଡେଲି ମାର୍କେଟ, ଟ୍ରାଫିକ ଗେଟରେ କିଛି ବ୍ୟବସାୟୀ ମାଂସ ଓ ମାଛ ଦୋକାନ ଖୋଲି ଥିବା ସୂଚନା ପାଇ ଆରଏମସି ଓ ପୁଲିସ ଏନଫୋର୍ସମେଣ୍ଟ ଟିମ ଚଢ଼ଉ କରିଥିଲା l ପ୍ରାୟ ଦୁଇ କୁଇଣ୍ଟାଲ ମାଛ ସହ ମାଂସକୁ ଆରଏମସି ଟିମ ପକ୍ଷରୁ ଫିଙ୍ଗି ଦିଆ ଯାଇଥିଲା l
ଟ୍ରାଫିକ ଗେଟରେ ଦୁଇଟି ଓ ଡେଲି ମାର୍କେଟରେ ଚାରିଟି ଦୋକାନକୁ ସିଲ କରିବା ସହ ଜରିମାନା ଆଦାୟ କରିଥିଲେl ଟିମ ପକ୍ଷରୁ ଅନ୍ୟ ମାର୍କେଟରେ ଚଢ଼ଉ ଜାରି ରହିଛି।