ରାଜ୍ୟ

ମଦ ଦୋକାନୀଙ୍କ ଲାଇସେନ୍ସ ଫି’ ଛାଡ଼ କରିବାକୁ କ୍ୟାବିନେଟ୍‌ ନିଷ୍ପତ୍ତି

ସତ୍ୟଶିଖା(ଭୁବନେଶ୍ୱର) ୨୨.୦୫.୨୦୨୧: ରାଜ୍ୟର ମଦ ଦୋକାନୀଙ୍କୁ ସରକାର ଅନୁକମ୍ପା ଦେଖାଇଛନ୍ତି । ସେମାନଙ୍କ ଲାଇସେନ୍ସ ଫି’ ଛାଡ଼ କରିବାକୁ କ୍ୟାବିନେଟ୍‌ ନିଷ୍ପତ୍ତି ନେଇଛି। ଗତବର୍ଷ କରୋନା ଯୋଗୁଁ ଅବକାରୀ ବିଭାଗ ଅଧୀନ ଠିପିଖୋଲା ମଦଦୋକାନ ଏକରକମ ବନ୍ଦ ଥିଲା । ଜୁନରୁ ଡିସେମ୍ବର ୨୦୨୦ ଯାଏ ଅଧିକାଂଶ ଲାଇସେନ୍ସ ଦେୟ ଦେଇନଥିଲେ । ଅଧିକାଂଶ ଦୋକାନୀ ଦେୟ ଭରଣା ପାଇଁ ସର୍ବନିମ୍ନ ଗ୍ୟାରେଣ୍ଟି ପରିମାଣର ମଦ ଉଠାଇପାରିନଥିଲେ । ତେଣୁ ହୋଟେଲ ଓ ରେସ୍ତୋରାଁ ସଂଘ ସରକାରଙ୍କୁ ଲାଇସେନ୍ସ ଫି ଛାଡ଼ କରିବାକୁ ଅନୁରୋଧ କରିଥିଲା ।

ଏହାକୁ ବିଚାରକୁ ନେଇ ରାଜ୍ୟ ସରକାର କିଛି ପରିମାଣର ଲାଇସେନ୍ସ ଫି ଛାଡ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ୬୧୩ ଠିପି ଖୋଲା ମଦ ଦୋକାନ ମଧ୍ୟରୁ ୩୬୪ ଜଣ ପଟ୍ଟାଦାର ଏ ଲାଭ ପାଇବେ । ଏହାଛଡ଼ା ୮୭ ଭାଙ୍ଗ ଦୋକାନ, ୬୫ ତାଡ଼ି ଓ ୬ ପୋଚ ଦୋକାନି ମଧ୍ୟ ଲାଇସେନସ୍‌ ଫି ଛାଡ଼ ପାଇବେ ।

ରେଙ୍ଗାଲି ବାମପାଶ୍ୱର୍ କେନାଲର ୧୦୦.୪୯୦ କିମିରୁ ୧୦୭.୫୦୦ କିମି ଯାଏ ମୁଖ୍ୟ କେନାଲ ଓ ଏହାର ଷ୍ଟ୍ରକଚର ନିର୍ମାଣ ପାଇଁ ୨୪୭.୧୪ କୋଟିର ଟେଣ୍ଡର କ୍ୟାବିନେଟ୍‌ ଅନୁମୋଦନ ପାଇଛି । ଏହାଦ୍ୱାରା ଢ଼େଙ୍କାନାଳ, ଯାଜପୁର, କେନ୍ଦୁଝର ଜିଲ୍ଲାର ୩୯୪୧୫.୯୪ ହେକ୍ଟର ଜମିକୁ ସେଚ ମିଳିବ । ୨୦୨୩ ମାର୍ଚ୍ଚ ସୁଦ୍ଧା ପ୍ରକଳ୍ପର ନିର୍ମାଣ କାମ ସରିବ । ଓଡ଼ିଶା ରାଜ୍ୟ ଆଇନ ସେବା ନିଯୁକ୍ତି ଓ ଚାକିରି ସର୍ତ୍ତାବଳୀରେ ମଧ୍ୟ ସଂଶୋଧନ କରାଯାଇଛି ।

Show More
Back to top button