ସତ୍ୟଶିଖା (ଭୁବନେଶ୍ୱର) ୨୮/୧୦/୨୦୨୦ : ଉପନିର୍ବାଚନ ପାଇଁ ବାଲେଶ୍ୱର ଓ ତିର୍ତ୍ତୋଲରେ ଚାଲିଛି ଜୋରଦାର ପ୍ରଚାର । ଆଜି ଉପନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ତିର୍ତ୍ତୋଲ ଏବଂ ଆସନ୍ତାକାଲି ବାଲେଶ୍ୱର ସଦରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭର୍ଚ୍ଚୁଆଲ୍ ରାଲି କରିବେ ବିଜେଡି ସୁପ୍ରିମୋ । ତିର୍ତ୍ତୋଲର ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ପାଇଁ ପ୍ରଚାର କରି ତିର୍ତ୍ତୋଲବାସୀଙ୍କ ସମର୍ଥନ ମାଗିବେ ନବୀନ । ସେହିପରି ଆସନ୍ତାକାଲି ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ପ୍ରଚାର କରିବେ ନବୀନ । ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କ ପାଇଁ ମାଗିବେ ସମର୍ଥନ । ସେପଟେ ଗ୍ରାଉଣ୍ଡରେ ଅଧ ଡଜନେରୁ ଅଧିକ ମନ୍ତ୍ରୀ ବିଧାୟକ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ଲାଗିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି, ସ୍ୱଚ୍ଛ ଶାସନ ସହ ବିଭିନ୍ନ ଜନହିତକର ଯୋଜନାର ଦ୍ୱାହି ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଅପିଲ୍ କରୁଛନ୍ତି ବିଜେଡି ନେତା । ସହରାଞ୍ଚଳରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ସବୁଠି ପ୍ରଚାରକୁ ଯୋରଦାର କରିଛି ବିଜେଡି ।
ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ଜୋରଦାର ପ୍ରଚାର କମ୍ପୁଛି ….
