ସତ୍ୟଶିକ୍ଷା ୨୬.୦୯.୨୦୨୦ : ଆସନ୍ତା ୨୯ ତାରିଖରେ ତିର୍ତ୍ତୋଲ ଓ ବାଲେଶ୍ୱର ସଦର ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି । ଏହି ଦୁଇଟି ଆସନ ସମେତ ଦେଶର ୬୪ଟି ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ । ସେହିଦିନ ଅନୁଷ୍ଠିତ ହେବାକୁ ଥିବା ଏକ ବୈଠକ ପରେ ଏହି ଘୋଷଣା କରାଯିବ ବୋଲି ଆଲୋଚନା ହେଉଛି ।
ସମ୍ପୃକ୍ତ ରାଜ୍ୟ ପକ୍ଷରୁ ବିଭିନ୍ନ କାରଣରୁ ଉପନିର୍ବାଚନକୁ ଘୁଞ୍ଚାଇବା ପାଇଁ ଅନୁରୋଧ କରାଯାଇଥିଲା । ଏହାପରେ, ଡେପୁଟି ନିର୍ବାଚନ କମିଶନର ଉମେଶ ସିହ୍ନାଙ୍କ ଦ୍ୱାରା ପ୍ରେସ୍ ବିଜ୍ଞପ୍ତି ଜାରି କରାଯିବ ବୋଲି ଶ୍ରୀ ଅରଡ଼ା ସୂଚନା ଦେଇଥିଲେ ।