ବ୍ୟବସାୟୀ ଝୁଲି ପଡିଲେ ବେକରେ ଗାମୁଛା ଲଗାଇ

ସତ୍ୟଶିଖା (ଭୁବନେଶ୍ୱର) ୨୯/୧୨/୨୦୨୦ : ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ପୋଲିସ ସୋମବାର ଅପରାହ୍ଣରେ ଏକ ଗଛରୁ ଜଣେ ବ୍ୟବସାୟୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି । ବ୍ୟବସାୟୀଜଣଙ୍କ ହେଲେ ଟି. ଗଣେଶ(୫୫) । ତାଙ୍କ ଘର ନିମାପଡ଼ାରେ । ସେ ପିପିଲିରେ ବ୍ୟବସାୟ କରୁଥିଲେ ବୋଲି ଜଣାପଡିଛି ।ଗଣେଶ ପ୍ରାୟ ଦେଢ଼ମାସ ତଳେ ଘରୁ ରାଗି ଭୁବନେଶ୍ୱର ଚାଲି ଆସିଥିଲେ। ସେ ରସୁଲଗଡ଼ ଅଞ୍ଚଳରେ ବୁଲାବୁଲି କରୁଥିଲେ। ସୋମବାର ଦିନ ରସୁଲଗଡ଼ର ଏକ ହୋଟେଲ୍‌ ନିକଟସ୍ଥ ବଣ ଭିତରେ ଥିବା ଏକ ଗଛରେ ସେ ଗାମୁଛା ବେକରେ ବାନ୍ଧି ଝୁଲି ପଡ଼ିଥିଲେ । ସ୍ଥାନୀୟ ଲୋକେ ଏହା ଦେଖି ପୋଲିସକୁ ସୂଚନା ଦେଇଥିଲେ । ଖବରପାଇ ଗଣେଶଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଁଚିଥିଲେ । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ ପଠାଇଯାଇଛି । ମଙ୍ଗଳବାର ଗଣେଶଙ୍କ ମୃତଦେହ ବ୍ୟବଚ୍ଛେଦ କରାଯିବ । ତେବେ କେଉଁ କାରଣରୁ ସେ ଜୀବନ ହାରିଲେ ତାହା ଜଣାପଡିନାହିଁ ।

Exit mobile version