ଦୁର୍ଘଟଣାରାଜ୍ୟ

ଘାଟିରେ ବସ ଓଲଟି ୭ ଗୁରୁତର

ସତ୍ୟଶିଖା(ରାୟଗଡା) ୨୬.୦୪.୨୦୨୧: ରାୟଗଡା-ବ୍ରହ୍ମପୁର ୩୨୬ ଜାତୀୟ ରାଜପଥ ମୁକୁନ୍ଦପୁର ଘାଟିରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ସୋମବାର ଜଣାପଡିଛି। ଗତକାଲି ବିଳମ୍ବିତ ରାତିରେ ଉକ୍ତ ଯାତ୍ରୀବାହୀ ବସ ଓଲଟି ୭ ଜଣ ଗୁରୁତର ହୋଇଛନ୍ତି। ବସଟି ଯାତ୍ରୀଙ୍କୁ ନେଇ ନୟାଗଡ ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ସମସ୍ତ ଗୁରୁତର ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି।

Show More
Back to top button