

ସତ୍ୟଶିଖା ୨୮.୦୭.୨୦୨୦ : ଟେନସନ ବଢାଉଛି ଖୋର୍ଦ୍ଧା ଓ ଗଞ୍ଜାମ । ଦୁଇଟି ଜିଲ୍ଲାରେ ହୁ ହୁ ହୋଇ ବଢିଚାଲିଛି କରୋନା ସଂକ୍ରମଣ । ଗଞ୍ଜାମରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ହଜାର ୫୦୧ ଥିବାବେଳେ ଖୋର୍ଦ୍ଧାରେ ୩ହଜାର ୫୭୨ରେ ପହଞ୍ଚିଲାଣି । ସେହିପରି ଗଞ୍ଜାମରେ କରୋନା ମୃତ୍ୟୁସଂଖ୍ୟା ୮୫ ଓ ଖୋର୍ଦ୍ଧାରେ ୧୯ ଛୁଇଁଲାଣି । ଦୁଇଟି ଜିଲ୍ଲାରେ ବୃଦ୍ଧି ପାଉଥିବା ସଂକ୍ରମଣ ଏବେ ଟେନସନ ବଢାଇଛି । ରାଜ୍ୟରେ ପ୍ରଥମ ଥର ପାଇଁ କରୋନାରେ ଜଣେ ନାବାଳକର ମୃତ୍ୟୁ ହୋଇଛି । ମୃତ ନାବାଳକ ଜଣ ଭୁବନେଶ୍ୱରର ଓ ସେ ପଜିଟିଭ ଚିହ୍ନଟ ପରେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ବି ଗଂଜାମ ଜିଲ୍ଲାରେ ସର୍ବାଧିକ ୩୩୨ ଓ ଖୋର୍ଦ୍ଧାରୁ ୩୧୨ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ୨୮ ଜିଲ୍ଲାରେ ଆଉ ୧୨,୧୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଚିକିତ୍ସିତ ହେଉଥିବା ୭ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଗଂଜାମର ୩ ଜଣ, ରାୟଗଡାର ୨ଜଣ, କଟକ ଓ ଭୁବନେଶ୍ୱରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ଭୁବନେଶ୍ୱରର ଜଣେ ୫ବର୍ଷ ବୟସ୍କ ଶିଶୁର ମୃତ୍ୟୁ ହୋଇଛି । ୧୨୧୫ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେନଟିନ ସେଂଟରରୁ ୭୫୩ ଓ ଲୋକାଲ କଂଟାକ୍ଟରୁ ୪୬୨ ଜଣ । ୧୨,୧୫ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮ ହଜାର ୧୦୭ରେ ପହଂଚିଛି । ଏବେ ୧୦ହଜାର ୫୪୪ ଜଣ ସକ୍ରିୟ ସଂକ୍ରମିତ ଥିବା ବେଳେ ୧୭ ହଜାର ୩୭୪ ଜଣ ସୁସ୍ଥ ହୋଇଛନ୍ତି ।