ଦୁର୍ଘଟଣାରାଜ୍ୟ

କୋଭିଡ ଡ୍ୟୁଟି ପାଇଁ ଯାଉଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ

ସତ୍ୟଶିଖା( ନୟାଗଡ଼) ୦୮ .୦୫.୨୦୨୧:  କୋଭିଡ ଡ୍ୟୁଟି ନିମନ୍ତେ କଟକ SCBରୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ ବଲାଙ୍ଗିର ଅଭିମୁଖେ ଯାଉଥିବା ଏକ ବସ୍‌ ନୟାଗଡ଼ରେ ଦୁର୍ଘଟଣାର ଶିକାର ହୋଇଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ବସ୍‌ ଡ୍ରାଇଭର ଗୁରୁତର ହୋଇଥିବା ବେଳେ ଡାକ୍ତରୀ ଛାତ୍ରଛାତ୍ରୀମାନେ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଗତ କାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।

ଗତକାଲି କଟକ SCBରୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ ବଲାଙ୍ଗିର ଅଭିମୁଖେ ଏକ ବସ୍‌ ଯାଉଥିଲା। ବିଳମ୍ବିତ ରାତିରେ ବସ୍‌ଟି ନୟାଗଡ଼ ଜିଲ୍ଲା ଅତିକ୍ରମ କରୁଥିବା ବେଳେ ବାଣିଗୋଛା ଥାନା ଦୁର୍ଗାପ୍ରସାଦଠାରେ ଏକ ଗଛରେ ପିଟିହେଲା ବସ୍‌। ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ଡାକ୍ତରୀ ଛାତ୍ରଛାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି।

ସମସ୍ତ ଆହତଙ୍କୁ ଦଶପଲ୍ଲା ଡାକ୍ତରଖାନାରେ ଚିକିତ୍ସା କରାଯାଇ ଥିବା ବେଳେ ଅନ୍ୟ ଏକ ଗାଡି ରେ ଡାକ୍ତରୀ ଛାତ୍ରଛାତ୍ରୀ ମାନେ ବଲାଙ୍ଗୀର ଯାଇଥିଲେ ।

Show More
Back to top button