ଦୁର୍ଘଟଣାନ୍ୟୁଜ୍

ଗଞ୍ଜାମରୁ ଶ୍ରମିକ ନେଇ ସୁରତ ଯାଉଥିଲା ବସ୍ ରାୟପୁର ନିକଟରେ ଟ୍ରକ ସହ‌ ଧକ୍କା l

ସତ୍ୟଶିଖା (ରାୟପୁର) ୫ .୦୯.୨୦୨୦: ଛତିଶଗଡ଼ ଚେରିଖେଡ଼ିରେ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି । ବସ୍‌ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଯାହାଫଳେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ସ୍ଥାନୀୟ ପ୍ରସାସନ ନିକଟସ୍ଥ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଛନ୍ତି ।  ଓଡ଼ିଶାର ଗଞ୍ଜାମ ଜିଲ୍ଲାରୁ କିଛି ଶ୍ରମିକ ନେଇ ଗୁଜରାଟର ସୁରତ ଅଭିମୁଖେ ଯାଉଥିଲା ଏକ ବସ୍ । କିନ୍ତୁ ଛତିଶଗଡ଼ ରାୟପୁର ନିକଟସ୍ଥ ଚେରିଖେଡି ନିକଟରେ ବସ୍‌ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।

ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ଜଣ ଆହତ ହୋଇଥିବା ସୂଚନା ରହିଛି l ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ସ୍ଥାନୀୟ ପ୍ରଶାସନ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ l

 

Show More
Back to top button