ରାଜ୍ୟ

କଟକରେ ଏସ୍ସିଵି ସମ୍ପ୍ରସାରଣ ପାଇଁ ବୁଲିଲା ବୁଲଡୋଜର

ସତ୍ୟଶିଖା(ଭୁବନେଶ୍ଵର) ୧୨.୦୩.୨୦୨୧: ଏସ୍ସିଵି ମେଡିକାଲ ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ଆଜି ତାଳଦଣ୍ଡା କେନାଲର ଵାମ ପାଖରୁ ଉଚ୍ଛେଦ ଆରମ୍ଭ ହୋଇଛି। ଏସ୍ସିଵି ମେଡିକାଲକୁ ଛଅ ଥାକିଆ ସଂଯୋଗକାରୀ ରାସ୍ତା ତିଆରି ପାଇଁ ଏହି ଉଚ୍ଛେଦ କରାଯାଉଛି। ଆଜି କେଵଳ ଧର୍ମାନୁଷ୍ଠାନ ଗୁଡିକୁ ଉଚ୍ଛେଦ କରାଯାଇଛି। ତାଳଦଣ୍ଡା କେନାଲ ବାମ ପଟେ ଥିବା ଏକାଧିକ ମନ୍ଦିର ଉଛେଦ କରାଯାଇଛି । ପିଲଗ୍ରୀମ ରୋଡରେ ଥିବା ହୁଂକେଶ୍ୱର ମନ୍ଦିର, ନବଗ୍ରହ ମନ୍ଦିର ଓ ଆଖଣ୍ଡଳମଣି ମନ୍ଦିରକୁ ଉଚ୍ଛେଦ କରିଛି ପ୍ରଶାସନ । ମନ୍ଦିର ଉଚ୍ଛେଦ ପାଇଁ ଯିବା ପରେ ପ୍ରଶାସନକୁ ବିରୋଧର ସାମ୍ନା କରିବାକୁ ପଡିଥିଲା । ମନ୍ଦିର ନଭାଙ୍ଗିବା ପାଇଁ ବସ୍ତିବାସିନ୍ଦା ଗୁହାରୀ କରିଥିଲେ । ଵସ୍ତି ଯେଉଁଠି ଥଇଥାନ ହେଵ,ମନ୍ଦିର କୁ ପ୍ରଶାସନ ସେହିଠାରେ ହିଁ ପୁନଃ ସ୍ଥାପିତ କରିବା ଦାଵିରେ ଅଡି ଵସିଥିଲେ ଵସ୍ତି ଵାସିନ୍ଦା। ତେବେ ମନ୍ଦିର ପୁନଃ ପ୍ରତିଷ୍ଠା ପାଇଁ ପ୍ରଶାସନ ପ୍ରତିଶ୍ରୁତି ଦେବା ପରେ ମନ୍ଦିର ଉଚ୍ଛେଦ ହୋଇଛି । କ୍ଷତିପୂରଣ ମିଳିବା ପରେ ପିଲଗ୍ରୀମ ରୋଡରେ ଥିବା ଵ୍ୟଵସାୟିକ ପ୍ରତିଷ୍ଠାନ ଓ ଵସ୍ତି ଉଚ୍ଛେଦ କରାଯିଵ। ଛତ୍ରଵଜାରରେ ଥିବା ଜନସ୍ୱାସ୍ଥ୍ୟ ଵିଭାଗ ଅଫିସ ପଛପଟେ ଵ୍ୟଵସାୟିକ ପ୍ରତିଷ୍ଠାନ ଗୁଡିକୁ ଥଇଥାନ କରାଯିଵ ଵୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

Show More
Back to top button