ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣା, ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ବୌଦ୍ଧ ଜିଲା ସାମ୍ବାଦିକ ସଂଘ

ସତ୍ୟଶିଖା( ବୌଦ୍ଧ  )୨୨.୦୨.୨୦୨୨ :  ରାଜ୍ୟରେ ଚାଲିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ସ୍ଥାନରେ କର୍ତ୍ତବ୍ୟରତ ସାମ୍ବାଦିକ ମାନଙ୍କ ପ୍ରତି ବଢୁଥିବା ଆକ୍ରମଣକୁ ବୌଦ୍ଧ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ସୋମବାର ଦିନ ସନ୍ଧ୍ୟାରେ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ପ୍ରଦାନ କରାଯାଇଛି । ଜିଲା ସଂଘର ସଭାପତି ରତ୍ନାକର ବେହେରାଙ୍କ ନେତୃତ୍ୱରେ ସଂଘର ଏକ ପ୍ରତିନିଧି ମଣ୍ଡଳୀ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ବର୍ତ୍ତମାନ ରାଜ୍ୟରେ ଖବର ସଂଗ୍ରହବେଳେ ସାମ୍ବାଦିକ ମାନଙ୍କ ପ୍ରତି ବଢୁଥିବା ଆକ୍ରମଣ ଘଟଣାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଥିଲେ ।

Exit mobile version