

ସତ୍ୟଶିଖା(ଖୋର୍ଦ୍ଧା) ୧୧/୧୨/୨୦୨୦ : ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ରମ୍ଭାବିଲ୍ଲୀ ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ହେଲେ ନିରାକାରପୁର ଅଞ୍ଚଳର ବିକାଶ ସାହୁ । ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର ଲୋକେ ।
ସୂଚନାଯୋଗ୍ୟ ଯେ, ବିକାଶ ଗତ ୯ ତାରିଖ ଅର୍ଥାତ୍ ବୁଧବାର ରାତିରେ ରମ୍ଭାବିଲ୍ଲୀ ଗ୍ରାମକୁ ଏକ ବିବାହରେ ବରଯାତ୍ରୀ ହୋଇ ଆସିଥିଲେ । ଏହାପରେ ସେ ଆଉ ଘରକୁ ଫେରି ନଥିଲେ । ତେବେ ଶୁକ୍ରବାର ଜଙ୍କିଆ ଥାନା ରମ୍ଭାବିଲ୍ଲୀ ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ମୃତଦେହ ଉଦ୍ଧାର ହୋଇଛି । ଜଙ୍କିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏ ଘଟଣାରେ ଜଙ୍କିଆ ପୋଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ସେପଟେ ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର ଲୋକେ । ସମ୍ପର୍କୀୟମାନେ ନୂଆ ଜଗନ୍ନାଥ ସଡକର ରମ୍ଭାବିଲି ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି ।