ରାଜ୍ୟ

ଭାଙ୍ଗିଲା ବ୍ରାହ୍ମଣୀ ନଦୀବନ୍ଧ

ସତ୍ୟଶିଖା( ଯାଜପୁର )୧୫.୦୯ .୨୦୨୧: ଲଗାଣ ବର୍ଷା ଯୋଗୁଁ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅଞ୍ଚଳରେ ବ୍ରାହ୍ମଣୀ ନଦୀବନ୍ଧ ଭାଙ୍ଗିଯାଇଛି । ଏପଟେ ବରୀ ବ୍ଲକ ସାହୁପଡା ପଞ୍ଚାୟତ ମାଟିଆପଡାଠାରେ ବ୍ରାହ୍ମଣୀ ନଦୀରେ ଆଜି ସକାଳୁ ୨ ଗୋଟି ଘାଇ ସୃଷ୍ଟି ହୋଇଛି । ଫଳରେ ସାହୁପଡା ଓ ଧାରପୁର ପଞ୍ଚାୟତର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି । ଏଥିରେ ହଜାର ହଜାର ଲୋକ ପ୍ରଭାବିତ ହେବାର ଆଶଙ୍କା ରହିଛି ।
ଅନ୍ୟପଟେ ବ୍ରାହ୍ମଣୀ ନଦୀରେ ବନ୍ୟାଜଳ ହ୍ରାସ ପାଉଛି । ଜେନାପୁର ଠାରେ ଗତକାଲି(ମଙ୍ଗଳବାର) ରାତିରେ ୬୮.୨୦ ଫୁଟରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆଜି ସକାଳ ୭ଟା ସୁଦ୍ଧା ଜେନାପୁରଠାରେ ବନ୍ୟାଜଳ ହ୍ରାସ ପାଇ ୬୭.୬୦ ରେ ପ୍ରବାହିତ ହେଉଛି । ସେହିପରି ଗତକାଲି ବ୍ରାହ୍ମଣୀ ନଦୀର ବନ୍ଧଢିହ ପଞ୍ଚାୟତ କନ୍ଦିଆଠାରେ ଥିବା ଘେରି ବନ୍ଧରେ ଘାଇ ହେବା ଯୋଗୁଁ ଏକ ଶହରୁ ଉର୍ଦ୍ଧ୍ବ ପରିବାର ପ୍ରଭାବିତ ହୋଇଛନ୍ତି । ଏନେଇ ଜିଲ୍ଲା ଓ ବ୍ଲକ ପ୍ରଶାସନ ସଜାଗ ରହିଥିବାବେଳେ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।ଏଠାରେ ବିପଦ ସଙ୍କେତ ୬୭ଫୁଟ ରହିଥିବା ବେଳେ ଏବେ ୬୮ ଫୁଟ୍ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଜିଲ୍ଲାର ବରୀ, ଧର୍ମଶାଳା, ବଡ଼ଚଣା, ରସୁଲପୁର ବ୍ଲକ ପ୍ରଭାବିତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏନେଇ ନଦୀ କୂଳିଆ ଲୋକେ ଆତଙ୍କିତ ହୋଇପଡିଛନ୍ତି। ସେପଟେ ଆଖୁଆପଦା ଠାରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

 

COMMENTS

Show More
Back to top button