ସତ୍ୟଶିଖା (ବଲାଙ୍ଗିର) ୧୭/୧୦/୨୦୨୦ : ବଲାଙ୍ଗୀର ତୁଷୁରା ତେଲ ନଦୀ ବ୍ରିଜରୁ ଡେଇଁଥିବା ଦୁଇ ଯୁବତୀଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଦୀର୍ଘ ୭୨ ଘଣ୍ଟା ପରେ ସାନ ଭଉଣୀ ଆଞ୍ଚଲ ଅଗ୍ରୱାଲଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୋନପୁର ଜିଲ୍ଲା ତରଭା ଥାନା ଅଡ୍ଡା ତେଲ ନଦୀରୁ ମିଳିଛି ଆଞ୍ଚଲଙ୍କ ମୃତଦେହ । ଏବେ ବି ବଡ ଭଉଣୀ ଅନମୋଲ ଅଗ୍ରୱାଲ ନିଖୋଜ ଅଛନ୍ତି ।
୭୨ ଘଣ୍ଟା ପରେ ମିଳିଲା ସାନ ଭଉଣୀଙ୍କ ମୃତଦେହ
