ରାଜ୍ୟ

ଆଜି ଦିନ ସାଢ଼େ ୧୨ଟାରୁ ବିମାନ ଟିକେଟ୍ ବୁକିଂ ଆରମ୍ଭ

ଭୁବନେଶ୍ୱର (ସତ୍ୟଶିଖା): ଆଜି ଦିନ ୧୨ଟା ୩୦ରୁ ବିମାନ ଟିକେଟ୍ ବୁକିଂ ଆରମ୍ଭ ହେବ। ଏୟାର ଇଣ୍ଡିଆ ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି। ଏୟାର ଇଣ୍ଡିଆ ବିମାନରେ ଦେଶ ମଧ୍ୟରେ କୌଣସି ସ୍ଥାନକୁ ଯାତ୍ରା କରିବାକୁ ଚାହୁଁଥିବା ଯାତ୍ରୀମାନେ ଟିକେଟ୍‌ ବୁକ୍ କରିପାରିବେ।

ଏହି ସୂଚନା ଅନୁଯାୟୀ,  ବିମାନରେ ଯାତ୍ରା କରିବାକୁ ଚାହୁଁଥିବା ଲୋକମାନେ airindia.inରେ ଲଗ୍ ଇନ୍ କରି ଟିକେଟ୍‌ ବୁକ୍ କରି ପାରିବେ। ସେହିପରି କୌଣସି ଟ୍ରାଭେଲ୍ ଏଜେଣ୍ଟକୁ ଯୋଗାଯୋଗ କରି ମଧ୍ୟ ଟିକେଟ୍‌ ବୁକ୍ କରିହେବ। ଗ୍ରାହକ ସେବା କେନ୍ଦ୍ରକୁ କଲ୍ କରି ବି ଟିକେଟ୍ ବୁକ୍ କରିହେବ।

ଆହୁରି ପଢ଼ନ୍ତୁ

ସୂଚନାଯୋଗ୍ୟ, ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ ବିମାନ ଚଳାଚଳ। ସେହିପରି ଜୁନ୍ ୧ ତାରିଖରୁ ଟ୍ରେନ୍ ଚଳାଚଳ ମଧ୍ୟ ଆରମ୍ଭ ହେବ। ଏଥିପାଇଁ ଅନ୍‌ଲାଇନ୍‌ ସହିତ କିଛି କିଛି ନିର୍ଦ୍ଦିଷ୍ଟ ଷ୍ଟେସନ୍‌ରେ ଟିକେଟ୍ ବୁକିଂ ଆରମ୍ଭ ହୋଇଯାଇଛି।



[ad_2]

Show More
Back to top button