

ସତ୍ୟଶିଖା ( ଢେଙ୍କାନାଳ ) ୧୧ /୦୯ /୨୦୨୧: ବିବାହିତା ମହିଳାଙ୍କ ଗୋଡ ହାତ ବାନ୍ଧି ପୋଲତଳେ ଫିଙ୍ଗିଦେଇଛନ୍ତି କିଛି ଦୁର୍ବୃତ୍ତ । ଢେଙ୍କାନାଳ ପରଜଙ୍ଗ ଥାନା ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥ କଡରୁ ଜଣେ ମହିଳାଙ୍କ ମୃତଦେହ ପଡିରହିଛି ।
ଭେଜିଆ ଗାଁ ନିକଟରେ ଥିବା ଏକ ପୋଲ ତଳେ ହତ୍ୟା କରି କେହି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ମୃତଦେହର ଗୋଡ ବନ୍ଧା ଯାଇଥିବା ବେଳେ ଏହା ଅର୍ଦ୍ଧନଗ୍ନ ହୋଇ ପଡିଥିବା ଦେଖିବାକୁ ମିଳିଛି । ତେବେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଜାରି ରଖିଛି ।