ସ୍ୱାସ୍ଥ୍ୟ
ବାରମ୍ବାର ପିଉଛନ୍ତି କି ଉଷୁମ ପାଣି ?


ସତ୍ୟଶିଖା( ଭୁବନେଶ୍ୱର )୧୪.୧୦.୨୦୨୨: ଉଷୁମ ପାଣି ପିଇବା ଦ୍ୱାରା ଶରୀରର ଅନେକ ଉପକାର ହୋଇଥାଏ। ମାତ୍ର ଆବଶ୍ୟକତା ଠାରୁ ଅଧିକ ଉଷୁମ ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।
ଅଧିକ ଉଷୁମ ପାଣି ପିଇବା ଦ୍ୱାରା ଓଠ ଓ ପାଟି ଭିତରେ ଲାଲ ଦାଗ ସୃଷ୍ଟି ହୋଇଥାଏ।
ପାଚନ ତନ୍ତ୍ର ଉପରେ ଥିବା ନରମ ଆସ୍ତ୍ରରଣ ଉପରେ କୁପ୍ରଭାବ ପକାଇବା ସହ କ୍ଷତିକାରକ ହୋଇଥାଏ।
ଶରୀରର ଅନ୍ୟାନ୍ୟ ଅଙ୍ଗ ପାଇଁ ମଧ୍ୟ କ୍ଷତିକାରକ ହୋଇଥାଏ।
ଏକାଗ୍ରତା ସ୍ତରକୁ ମଧ୍ୟ ପ୍ରଭାବିତ କରିଥାଏ।
କିଡନୀ ଖରାପ ହେବାର ସମ୍ଭାବନା ମଧ୍ୟ ଥାଏ।
କେତେକ ସମୟରେ ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ହୋଇଥାଏ।
ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ସଠିକ ସମୟ ଓ ସଠିକ ପରିମାଣରେ ଉଷୁମ ପାଣି ପିଅନ୍ତୁ।