ନ୍ୟୁଜ୍ରାଜ୍ୟ

ଖଣିରେ ଭାସୁଛି ଯୁବକଙ୍କ ମୃତଦେହ, ହତ୍ୟା ନା ଆଉ କିଛି ?

ସତ୍ୟଶିଖା ( ଜଟଣୀ ) ୨୪ /୧୧ /୨୦୨୧: ଖଣି ପୋଖରୀରେ ଭାସୁଛି ମୃତଦେହ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ଆଇସିଏଲ୍‌ ତେଲ ଡିପୋ ରାସ୍ତା ନିକଟରେ ଥିବା ପଥର ଖଣିରେ ଭାସୁଛି ମୃତଦେହ । ମୃତକଙ୍କ ପରିଚୟ ଏବେ ଯାଏଁ ମିଳିପାରିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ବୁଧବାର ସକାଳ ସମୟରେ ଆଇଓସିଏଲ୍‌ ତେଲ ଡିପୋ ନିକଟ ରାସ୍ତାରେ ଏକ ପଥର ଖଣି ରହିଛି । ଖଣିରୁ ବର୍ଷା ପାଣି ଜମିରହିଥିବା ବେଳେ ଏକ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା । ସ୍ଥାନୀୟଲୋକେ ମୃତଦେହ ଦେଖି ତୁରନ୍ତ ସ୍ଥାନୀୟ ଥାନାକୁ ଖବର ଦେଇଥିଲା । ମୃତଦେହ ସଂପର୍କରେ ଖବର ପାଇ ଜଟଣୀ ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଘଟଣାସ୍ଥଳରୁ ମୃତଦେହକୁ ଜବତ କରିଛି । ଅଜଣା ବ୍ୟକ୍ତିଙ୍କ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ମେଡିକାଲକୁ ପଠାଯାଇଛି । ରିପୋର୍ଟ ଆସିବା ପରେ ହତ୍ୟାର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି ।

Show More
Back to top button