ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

କରୋନାରେ ସଂକ୍ରମିତ ସାମ୍ବାଦିକ ଙ୍କ ବିୟୋଗ ରେ ଶେIକ …

ସତ୍ୟଶିଖା ( ଭୁବନେଶ୍ୱର ) :  ଗଞ୍ଜାମ ଜିଲ୍ଲାରେ କରୋନାରେ ସଂକ୍ରମିତ ହୋଇଥିବା ଦୈନିକ ଖବର କାଗଜ ସମାଜର ହିଞ୍ଜିଳିି ପ୍ରତିନିଧି ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକଙ୍କର ମୃତ୍ୟୁ ହୋଇଛି । ସେ କରୋନା ଆକ୍ରାନ୍ତ ହେବା ପରେ ଭୁବନେଶ୍ୱର କିମ୍ସ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । ଶନିବାର ତାଙ୍କର ସେଠାରେ ମୃତ୍ୟୁ ହୋଇଛି ।କରୋନା ସଂକ୍ରମଣ ଯେତିକି ବଢି ବଢି ଚାଲିଛି, ଚିନ୍ତା ସେତିକି ଘାରୁଛି । ରାଜ୍ୟରେ ଯେତିକି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସେଥିମଧ୍ୟରୁ ସବୁଠାରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଗଞ୍ଜାମ ଜିଲ୍ଲାରୁ । ଏହାକୁ ଦୃଷ୍ଟିରେ ରଖି ଏବେ ଗଞ୍ଜାମ ଜିଲ୍ଲା ଉପରେ ଲଗାମ ଲାଗିଛି । ଅନ୍ୟ କୌଣସି ଜିଲ୍ଲାରୁ ଗଞ୍ଜାମ ଜିଲ୍ଲାକୁ ଗାଡି ପ୍ରବେଶ ଉପରେ କଟକଣା ଲାଗିଛି । ସେହିପରି ଜଗତସିଂହପୁର, ମାଲକାନଗିରି, ଅନୁଗୁଳ, ପୁରୀ ଏବଂ ଅନ୍ୟ କେତେକ ଜିଲ୍ଲା ସେମାନଙ୍କ ସୀମାକୁ ସିଲ୍ କରି କଟକଣା ଲଗାଇଛନ୍ତି ଜିଲ୍ଲା ପ୍ରଶାସନ । କରୋନାରେ ସଂକ୍ରମିତ ସାମ୍ବାଦିକ ଙ୍କ ବିୟୋଗ ରେ ସମସ୍ତ ସାମ୍ବାଦିକ ଶେIକ ବ୍ୟକ୍ତ କରିଛନ୍ତି I

Show More
Back to top button