ସତ୍ୟଶିଖା (ଭୁବନେଶ୍ୱର) ୦୮.୧୦.୨୦୨୦: କାହିଁକି ଆଉ କେମିତି ହେଲା ରାଜଭବନ ସାମ୍ନା ପେଟ୍ରୋଲ ପମ୍ପରେ ବିସ୍ଫୋରଣ । ଏନେଇ ସାମ୍ନାକୁ ଆସିଛି ବିସ୍ଫୋରକ ତଥ୍ୟ । ଡିପାର୍ଟମେଣ୍ଟ ଅଫ୍ ଏକ୍ସପ୍ଲୋସିଭର ତଦନ୍ତ ସମୟରେ ଜଣା ପଡିଛି ବିସ୍ଫୋରଣର କାରଣ । ଗତକାଲି ଫିଲିଂ ଷ୍ଟେସନରେ ଏଲପିଜି ରିଫିଲିଂ ଚାଲିଥିବା ବେଳେ ବିସ୍ଫୋରଣ ହୋଇଥିଲା । ବ୍ଲାଷ୍ଟ ବେଳେ ସାଢେ ୪ ଟନ୍ ଏଲପିଜି ଥିଲା ଏବଂ ୧୦ ହଜାର ଲିଟର ପାଣି ଥିଲା । ଟାଙ୍କିରେ ପ୍ରଥମେ ହାଇଡ୍ରୋଜେନ୍ ଗ୍ୟାସ୍ ଭର୍ତ୍ତି ହୋଇଥିଲା । ତାପରେ ନାଇଟ୍ରୋଜେନ୍ ଗ୍ୟାସ୍ ଫିଲିଂ ସଫଳ ହୋଇଥିଲା । କିନ୍ତୁ ଯେତେବେଳେ ଏଲପିଜି ରିଫିଲିଂ ହୋଇଥିଲା, ସେତେବେଳେ ଲିକ୍ ହୋଇ ବ୍ଲାଷ୍ଟ ହୋଇଥିଲା ।
ପେଟ୍ରୋଲ ପମ୍ପ୍ରେ ବିସ୍ଫୋରଣ ଘଟଣାର ଜଣାପଡିଲା କାରଣ, ଏଲପିଜି ରିଫିଲିଂ ବେଳେ ହୋଇଥିଲା ବ୍ଲାଷ୍ଟ l
