ସତ୍ୟଶିଖା : ୨୧.୧୨.୨୦୨୦ : ପରୀ ପାଇଁ ବିଜେପିର ମହାପଦଯାତ୍ରାର ଆଜି ଦ୍ୱିତୀୟ ଦିନ । ସିବିଆଇ ତଦନ୍ତ ଓ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାଜ୍ୟର ୧୪୭ ନିର୍ବାଚନମଣ୍ଡଳିରେ ପଦ ଯାତ୍ରା କରିବା ସହ ଭୁବନେଶ୍ୱରରୁ ପରୀର ଗାଁ ଯଦୁପୁରକୁ ଚାଲିବା ଆରମ୍ଭ କରିଛନ୍ତି ବିଜେପି ନେତା ଓ କର୍ମୀ । ଏଥିରେ ୫ ଦିନ ଧରି ହେବାକୁ ଥିବା ଏହି ପଦଯାତ୍ରାରେ ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷା ବନତି ଶ୍ରୀନିବାସନ୍, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ରାଜ୍ୟର ତୁଙ୍ଗ ନେତା ଓ ଶହ ଶହ କର୍ମୀ ସାମିଲ ହୋଇଛନ୍ତି ।
ଭୁବନେଶ୍ୱର ରୁ ନୟାଗଡ ଯଦୁପୁରକୁ ପଦ ଯାତ୍ରାରେ ବାହାରିଛନ୍ତି ବିଜେପିର ତୁଙ୍ଗ ନେତା
