ନ୍ୟୁଜ୍

ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ, ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ବସଟିରେ ନିଆଁ ଲଗାଇ ଦେଇଛନ୍ତି ।

ସତ୍ୟଶିଖା ୨.୦୯.୨୦୨୦ : ଚଣ୍ଡିଖୋଲ-ପାାରଦୀପ ରାସ୍ତା ଏନ୍ଏଚ୍- ୫ (କ) ହଳଦିଆପଡ଼ା ରାଧାଭାଟି ନିକଟରେ ଏକ ବାଇକକୁ ବସ୍ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ଫଳରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ବସଟିରେ ନିଆଁ ଲଗାଇ ଦେଇଛନ୍ତି ।

ସୂଚନାନୁଯାୟୀ, ଆଜି ସକାଳୁ ପାଞ୍ଚ ନମ୍ବର ଜାତୀୟ ରାଜପଥର ହଳଦିଆଗଡ଼ା ନିକଟରେ ଏକ ଦୁର୍ଘଟଣାକୁ ନେଇ ତୁମୁଳକାଣ୍ଡ ଘଟିଛି । ଏକ ବସ୍‌ କୋଲକାତାରୁ ପାରାଦୀପ ଯାଉଥିଲା । ଏହି ସମୟରେ ହଳଦିଆପଡ଼ା ରାଧାଭାଟି ନିକଟରେ ବସ୍‌ଟି ଜଣେ ସ୍କୁଟି ଚାଳକଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଥିଲା । ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଉକ୍ତ ବସ୍‌କୁ ଜାଳି ଦେଇଛନ୍ତି । ତେବେ ମୃତକଙ୍କ ପରିଚୟ ଜଣାପଡ଼ିନାହିଁ । ମୃତକ ଜଣକ ସ୍ଥାନୀୟ ହଳଦିଆଗଡ଼ାରେ ଏକ ଦୋକାନ କରିଥିବା ସୂଚନା ମିଳିଛି । ଖବରପାଇ ଘଟଣାସ୍ଥଳରେ ପୋଲିସ୍‌ ଓ ସହ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ବର୍ତ୍ତମାନ ଉକ୍ତ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି ।

Show More
Back to top button