

ସତ୍ୟଶିଖା(ନୂଆଦିଲ୍ଲୀ ) ୩୧.୦୧.୨୦୨୨ : ଶେଷ ହୋଇଛି ବିଗ୍ ବସ୍ ୧୫ ର ଫାଇନାଲ ରାଉଣ୍ଡ । ଟ୍ରଫି ହାତେଇଛନ୍ତି ତେଜସ୍ୱୀ ପ୍ରକାଶ । କରଣ କୁନ୍ଦ୍ରା ଓ ପ୍ରତୀକ ସହଜପାଳଙ୍କୁ ପଛରେ ପକାଇ ବିଜୟନୀ ହୋଇଛନ୍ତି ତେଜସ୍ୱୀ । ଏଥିରେ ସେ ୪୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପାଇବା ସହ ନାଗିନ୍ ୬ ରେ କାମ କରିବାକୁ ମଧ୍ୟ ତାଙ୍କୁ ଅଫର ମିଳିଛି ।
ଫିନାଲେ ରାଉଣ୍ଡରେ ଶ୍ରେଷ୍ଠ ୩ ରେ କରଣ, ତେଜସ୍ୱୀ ପ୍ରତୀକ ରହିଥିବା ବେଳେ ଶ୍ରେଷ୍ଠ ୨ ରେ ତେଜସ୍ୱୀ ଓ ପ୍ରତୀକଙ୍କ ମଧ୍ୟରେ ମୁକାବିଲା ହୋଇଥିଲା । ସମସ୍ତେ ଭାବୁଥିଲେ କି ପ୍ରତୀକ ଏହି ଶୋ’ର ବିଜେତା ହେବେ କିନ୍ତୁ ଶେଷରେ ବାଜି ମାରିନେଇଥିଲେ ତେଜସ୍ୱୀ ।
ବିଗ୍ ବସ୍ ୧୫ ର ଟପ୍ ୩ ବିଷୟରେ ଯଦି କହିବା , ଏଥର ତେଜସ୍ୱୀ ପ୍ରକାଶ, କରଣ କୁନ୍ଦ୍ରା ଏବଂ ପ୍ରତୀକ ସେହଜପାଲ ଶୀର୍ଷ ୩ ରେ ପହଞ୍ଚିଥିଲେ । ଯଦିଓ ଶମିତା ଶେଟ୍ଟୀ ମଧ୍ୟ ଜଣେ ଅତି ଶକ୍ତିଶାଳୀ ପ୍ରତିଯୋଗୀ ଭାବରେ ବିବେଚିତ ହୋଇଥିଲେ । କିନ୍ତୁ ସେ ଟପ ୩ ରେ ପହଂଚି ପାରିଲେ ନାହିଁ ଏବଂ ଟପ୍ 4 କୁ ଆସିବା ପରେ ସେ ପରାସ୍ତ ହୋଇଥିଲେ । ପ୍ରତୀକ ସେହଜପାଲ ମଧ୍ୟ ଏହି ସମୟ ମଧ୍ୟରେ ଶୋ’ରେ ବହୁତ ସମୟ ବିତାଇଥିଲେ । ସେ ବିଗ୍ ବସ୍ ୧୫ ପୂର୍ବରୁ ବିଗ୍ ବସ୍ OTT ର ଏକ ଅଂଶ ମଧ୍ୟ ଥିଲେ । ଯେଉଁଠାରେ ସେ ଏକ ଜବରଦସ୍ତ ଖେଳ ଖେଳିଥିଲେ ଏବଂ ତାଙ୍କର ସମାନ ଶୈଳୀ ବିଗ୍ ବସ୍ ୧୫ ରେ ମଧ୍ୟ ଦେଖାଯାଇଥିଲା ।