ନ୍ୟୁଜ୍ରାଜ୍ୟ

ଦିନ ୧୧ଟାରେ ବମିଖାଲ ଗୋବିନ୍ଦ ବିହାରରୁ ସାଇକେଲ ଚୋରି

ସତ୍ୟଶିଖା(ବମିଖାଲ )୨୪.୦୯ .୨୦୨୧:  ଆଜି ଦିନ ୧୧ ଟା ବେଳେ ବମିଖାଲ ଗୋବିନ୍ଦ ବିହାରରୁ ସାଇକେଲ ଚୋରି ହୋଇଯାଇଛି । ସୂଚନା ଅନୁସାରେ ଦିନ ୧୧ଟାବେଳେ ବମିଖାଲ ଗୋବିନ୍ଦବିହାର ପ୍ଲଟ୍ ନଂ ୧୧୪୯/୧୬ରେ ସମସ୍ତେ ଘରେ ରହିଥିବାବେଳେ ଏକ ଅଜଣା ଦୁର୍ବୃତ ଗେଟ୍ ଖୋଲି ଭିତରକୁ ଆସି ଏପାଖ ସେପାଖ ଚାହିଁଁ ସାଇକେଲଟିକୁ ଧରି ସିଧା ଛୁ ମାରିଥିବାର ସିସିଟିଭି କ୍ୟାମେରାରେ କୈଦ୍‌ହୋଇଛି । ଦୁର୍ବୃତ ଜଣକ ଏକ ବ୍ଲୁକଲର ଗଞ୍ଜି ପିନ୍ଧିଥିବାବେଳେ କାନ୍ଧରେ ଏକ ଗାମୁଛା ପକାଇଥିଲା । ସାଇକେଲଟିକୁ ନେଇଯାଉଥିବାବେଳେ ଏହି ପ୍ଲଟ୍ ନଂକୁ ଆସୁଥିବା ଜଣେ କର୍ମଚାରୀ ଦେଖିଥିଲେବି ଘରର କେହି ହୋଇଥିବେ ଭାବି କିଛି ପଚାରି ନଥିଲେ । ଦୁର୍ବୃତ ଜଣକ ସେହି ଆଖପାଖର ଓ ଆଗରୁ ନିଜର ପ୍ରୟାସ ଜାରି ରଖିଥିବାର ଅନୁମାନ କରାଯାଉଛି । ଉଲ୍ଲେଖକି, ସାଇକେଲଟି ଘରର ବାଉଣ୍ଡାରୀ ଭିତର ସିଡ଼ିଘର ତଳେ ରହିଥିବାବେଳେ ଦୁର୍ବୃତ ଜଣ ଏଭଳିି ସତ୍‌ସାହସ କରିପାରିଛି ।

Show More
Back to top button