ସତ୍ୟଶିଖା ୨୫/୦୧/୨୦୨୧ : ଘଞ୍ଚ ଜଙ୍ଗଲ ଭିତରେ ହାଲକା ଖରାର ଅନୁଭବ ହେଉ ଅଥବା ବହି ଯାଉଥିବା ଝରଣାର ଆନନ୍ଦ ପାଇବାକୁ ଆପଣ ଭ୍ରମଣ ପାଇଁ ନେତରହାଟ ଯାଇପାରିବେ । ଏହା ଏକ ସୁନ୍ଦର ସ୍ଥାନ ଅଟେ ।
ନେତରହାଟର ଅର୍ଥ ଝାଡ଼ଖଣ୍ଡର ଏହି ସ୍ଥାନରେ ବହୁ ଆଦିବାସୀ ରହିଛନ୍ତି ଓ ଅଧିକାଂଶ ସ୍ଥାନ ଜଙ୍ଗଲରେ ପରିପୂର୍ଣ୍ଣ ରହିଛି । ଏହି ଜଙ୍ଗଲରେ ଶାଳ, ଶାଗୁଆନ, ବାଉଁଶ ଭଳି ବିଭିନ୍ନ ଗଛ ରହିଛି । ଏଠାକାର ସ୍ଥାନୀୟ ଭାଷାରେ ନେତରହାଟର ଅର୍ଥ ହେଉଛି ବାଉଁଶର ବଜାର ଅର୍ଥାତ ଯେଉଁଠାରେ ବାଉଁଶରେ ନିର୍ମିତ ବିଭିନ୍ନ ପ୍ରକାରର ବସ୍ତୁ ଏହି ବଜାରରେ ମିଳିଥାଏ । ଭ୍ରମଣ ପାଇଁ ଏଠାରେ ବହୁସ୍ଥାନ ରହିଛି । ପ୍ରକୃତିର ସୌନ୍ଦର୍ୟ୍ୟ ସହ ଝରଣାର ମନରୋମ ରୂପ ତା’ସାଙ୍ଗକୁ ସୂର୍ୟ୍ୟୋଦୟ ଓ ସୂର୍ୟ୍ୟାସ୍ତ ଦୃଶ୍ୟ ବାସ୍ତବିକ ଦେଖିବା ଯୋଗ୍ୟ ଅଟେ ।
ସୂର୍ୟ୍ୟୋଦୟ ଓ ସୂର୍ୟ୍ୟାସ୍ତ ଦୃଶ୍ୟ –
ଏହି ପାହାଡି ସ୍ଥାନର ସବୁଠାରୁ ବଡ଼ ଆକର୍ଷଣ ହେଉଛି ସୂର୍ୟ୍ୟୋଦୟ ଓ ସୂର୍ୟ୍ୟାସ୍ତ ଦୃଶ୍ୟ । ନେତରହାଟ ବସଷ୍ଟାଣ୍ଡରୁ ୧ କି.ମି ଦୂରରେ ଥିବା ହୋଟେଲ ମାନଙ୍କରେ ରହିଲେ ଏହି ଦୃଶ୍ୟର ବେଶ ମଜା ନେଇପାରିବେ । ଘଞ୍ଚ ବୃକ୍ଷ ମଧ୍ୟରେ ସୂର୍ୟ୍ୟଙ୍କ କିରଣ ଯେତେବେଳେ ଆକାଶରେ ଲାଲ ରଙ୍ଗର କିରଣ ବିଚ୍ଛୁରିତ କରିଥାଏ, ଏହି ଦୃଶ୍ୟ ଚକ୍ଷୁକୁ ବିସ୍ମିତ କରିଦେଇଥାଏ ।
ଲୋଅର ଘାଗରୀ ଜଳପ୍ରପାତ –
ଘଞ୍ଚ ଜଙ୍ଗଲ ମଧ୍ୟରେ ଯିବା ସମୟରେ ପକ୍ଷୀମାନଙ୍କର ଶବ୍ଦ ସହ ପାଣିର କୁଳୁକୁଳୁ ଶବ୍ଦ ଶୁଣିବାକୁ ମିଳେ । ନେତରହାଟରୁ କିଛି ଦୂରକୁ ଯିବା ପରେ ଆପଣ ଏହି ସୁନ୍ଦର ସ୍ଥାନ ଲୋଅର ଘାଗରୀ ଜଳପ୍ରପାତକୁ ଯାଇପାରିବେ । ବହୁ ଉଚ୍ଚରୁ ଏହି ଜଳପ୍ରପାତକୁ ପାଣି ପଡ଼ିଥାଏ । ଯେଉଁ ଦୃଶ୍ୟକୁ ଦେଖିଲେ ମନେ ହୁଏ ଯେପରି ପ୍ରକୃତି ନିଜର ସୌନ୍ଦର୍ୟ୍ୟ ଏଠାରେ ଅର୍ପଣ କରିଦେଇଛି । ପ୍ରତିବର୍ଷ ବହୁ ସଂଖ୍ୟାରେ ପର୍ୟ୍ୟଟକ ଏଠାକୁ ଭ୍ରମଣ ପାଇଁ ଆସିଥାଆନ୍ତି ।
ଅପର ଘାଗରୀ ଜଳପ୍ରପାତ –
ନେତରହାଟ ଠାରୁ ଅଳ୍ପ ଦୂରରେ ରହିଛି ଅପର ଘାଗରୀ ଜଳପ୍ରପାତ । ପାହାଡ଼ରୁ ବାହାରିଥିବା ଏହି ଝରଣାର ଶବ୍ଦ ମନରେ ବେଶ ଆନନ୍ଦ ସୃଷ୍ଟି କରିଥାଏ । ଏହି ଝରଣାଟି ଛୋଟ ହେଲେ ମଧ୍ୟ ବହୁତ ସୁନ୍ଦର ଦେଖାଯାଏ । ଏଠାକୁ ଆସୁଥିବା ପର୍ୟ୍ୟଟକ ଏହି ସ୍ଥାନର ବେଶ ମଜା ନେଇଥାଆନ୍ତି ।
ଲୋଅର ଘାଗରୀ ଜଳପ୍ରପାତର ସୌନ୍ଦର୍ଯ୍ୟ
