
ସତ୍ୟଶିଖା (ଭୁବନେଶ୍ୱର) ୦୧/୦୧/୨୦୨୧ : ସଭାପତି ସୁବାଷ ସାହୁ ଙ୍କ ସମେତ ୧୦ ଜଣ ଉପସଭାପତି, ୧୦ ଜଣ ସାଧାରଣ ସମ୍ପାଦକ ଓ ୨୦ ସମ୍ପାଦକଙ୍କ ୨ ଜଣ ମିଡିୟା କୋଡିନେଟର ନାମ ଘୋଷଣା କଲା ବିଜୁ ଛାତ୍ର ଜନତା ଦଳ l ଉତ୍କଳ ବିଶ୍ୱବଦ୍ୟାଳୟ ରେ ଛାତ୍ର ରାଜନୀତି ରେ ଗୁରୁତ୍ୱ ପୂର୍ଣ୍ଣ ଦାୟିତ୍ୱ ନେଇ ଏବିଭିପିରେ ରାଜ୍ୟ ସ୍ତରୀୟ ନେତୃତ୍ୱ ନେଇ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପ୍ରଭୁଦତ୍ତ ସାମଲଙ୍କୁ ଦଳ ଉପସଭାପତି ଦାୟିତ୍ୱ ଦେଇଛି l ବିଶ୍ୱବିଦ୍ୟାଳୟରେ ସ୍ନାତୋକତର ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟ ପ୍ରତି ଅନୁପ୍ରାଣିତ ହୋଇ ବିଜୁ ଛାତ୍ର ଜନତା ଦଳରେ ଯୋଗ ଦେଇ ଥିଲେ ଶ୍ରୀ ସାମଲ l
ଦଳ ତରଫରୁ ଦିଆ ଯାଇଥିବା ଜିଲ୍ଲା ଉପସଭାପତି ଦାୟିତ୍ୱ କୁ ଗୁରୁତ୍ୱର ସହ ନେଇ ଆଗାମୀ ଦିନରେ ରାଜଧାନୀକୁ ସାରା ରାଜ୍ୟ ର କାର୍ଯ୍ୟକର୍ତ୍ତା କିପରି ଉଦାହରଣ ସ୍ୱରୁପେ ନେବେ ସେଥିପ୍ରତି କଠିନ ପରିଶ୍ରମ କରାଯିବ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ହାତ ମୁଠା କୁ ମଝବୁତ କରାଯିବ l ଛାତ୍ର ହିଁ ରାଜନୀତି ର ମୂଳ ଦୁଆ ଯାହାର ଭାର ଦଳ ଆମକୁ ଅର୍ପଣ କରିଛି ଆଗାମୀ ଦିନରେ ବିଜୁ ଛାତ୍ର ଜନତା ଦଳକୁ ପ୍ରତିଫଳ ଦେବା ପାଇଁ ଆମେ ପ୍ରତିଜ୍ଞା ବଦ୍ଧ l






