ଆଇପିଏଲ ବେଳେ କରୋନା ମୁକାବିଲା ଲାଗି ବିସିସିଆଇର ସ୍ୱତନ୍ତ୍ର ଯୋଜନା …

ୟୁଏଇରେ ପ୍ରଶିକ୍ଷଣ ପୂର୍ବରୁ ଖେଳାଳିଙ୍କର ହେବ ୫ ଥର କୋଭିଡ ପରୀକ୍ଷା, ଏହାସହ ପ୍ରତି ୫ ଦିନରେ କରାଯିବ ଟେଷ୍ଟିଂ l

ସତ୍ୟଶିଖା ୦୬.୦୮.୨୦୨୦ :  ଚଳିତବର୍ଷର ଆଇପିଏଲ ୟୁଏଇରେ ଖେଳାଯିବାକୁ ଥିବା ବେଳେ ଆଇପିଏଲରେ କରୋନା ମୁକାବିଲା ଲାଗି ବିସିସିଆଇ ସ୍ୱତନ୍ତ୍ର ଯୋଜନା କରିଛି । ଖେଳାଳିମାନେ ୟୁଏଇ ଯିବା ପୂର୍ବରୁ ଓ ସେଠାରେ ପହଂଚିବା ପରେ କେଉଁ ନିୟମ ପାଳନ କରିବେ ଏନେଇ ବିସିସିଆଇ ପକ୍ଷରୁ ସ୍ୱତନ୍ତ୍ର ନୀତି ପ୍ରଣୟନ କରାଯାଇଛି । ୟୁଏଇରେ ପ୍ରଶିକ୍ଷଣ ଆରମ୍ଭ କରିବା ପୂର୍ବରୁ ଖେଳାଳିମାନଙ୍କୁ ୫ ଥର କୋଭିଡ୍ ପରୀକ୍ଷାରେ ନେଗେଟିଭ ଆସିବାକୁ ପଡ଼ିବ । ୟୁଏଇରେ ରହଣୀର ପ୍ରଥମ ସପ୍ତାହରେ ଖେଳାଳି ଓ ଦଳୀୟ ଅଧିକାରୀଙ୍କୁ ପରସ୍ପର ସହ ସାକ୍ଷାତ ପାଇଁ ଅନୁମତି ମିଳିବ । ତେବେ ତିନିଟି ପରୀକ୍ଷାରେ ରିପୋର୍ଟ ନେଗେଟିଭ୍ ଆସିବା ପରେ ହିଁ ସେମାନଙ୍କୁ ଏହି ଅନୁମତି ମିଳିବ । ଏହାସହ ପ୍ରତି ୫ ଦିନରେ ଖେଳାଳି ମାନଙ୍କର କୋଭିଡ ପରୀକ୍ଷା କରାଯିବ । ଖେଳାଳିଙ୍କ ସହ ତାଙ୍କ ଯାଇଥିବା ପରିବାର ଲୋକ କିମ୍ବା ସମ୍ପର୍କୀୟଙ୍କୁ ମଧ୍ୟ କଟକଣା ମାନିବାକୁ ପଡ଼ିବ । ଆଇପିଏଲର ୧୩ ତମ ସଂସ୍କରଣ ୟୁଏଇରେ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ହେବାର କାର୍ଯ୍ୟକ୍ରମ ରହିଛି ।

Exit mobile version