ସତ୍ୟଶିଖା (କଟକ) ୧୯.୧୨.୨୦୨୦ : ପୁରୀଘାଟ ଥାନାରେ ବର୍ଷାଙ୍କ ଏତଲା l ଭାଇରାଲ ଭିଡିଓ ପ୍ରସଙ୍ଗକୁ ନେଇ ଥାନାରେ ଦେଲେ ଏତଲା l ଭିଡିଓ ଯୋଗୁଁ ସମ୍ମାନରେ ଆଞ୍ଚ ଆସିଥିବା ଅଭିଯୋଗ ଅନୁଭବଙ୍କ ଭାଇରାଲ ଭିଡ଼ିଓ ପ୍ରସଙ୍ଗରେ ଥାନାରେ ଏତଲା ଦେଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । କଟକ ପୁରୀ ଘାଟ ଥାନାକୁ ଯାଇ ଅଭିଯୋଗ ଦେଇଛନ୍ତି ବର୍ଷା । ଦୁଇ ଦିନ ତଳେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଏହି ଭିଡ଼ିଓରେ ବର୍ଷା ଅନୁଭବ ଯୁକ୍ତିତର୍କ କରୁଥିବାର ଦେଖିବାକୁ ମିଳିଥିଲା । ଅନୁଭବ କହୁଥିଲେ ବାପା ମାଆଙ୍କ ଆର୍ଶୀବାଦ ଥିବା ଯାଏଁ ତାଙ୍କୁ କେହି ହରେଇ ପାରିବେ ନାହିଁ ।
ତେଜିବାର ଲାଗିଛି ବର୍ଷା ଅନୁଭବ ବିବାଦ
