ସତ୍ୟଶିଖା (ନୂଆଦିଲ୍ଲୀ) ୦୮.୧୦.୨୦୨୦ : ଅନେକ ସମୟରେ ଏଟିଏମରେ ଟଙ୍କା ଉଠାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । କେତେବେଳେ ଏଟିଏମରେ ଟଙ୍କା ନଥାଏ କିମ୍ବା ଟଙ୍କା ନଉଠି ମଧ୍ୟ ଆକାଉଣ୍ଟରୁ ଟଙ୍କା କଟିଥିବା ମେସେଜ୍ ଆସିଥାଏ । ଗ୍ରାହକଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ ପାଇବା ପାଇଁ ମଧ୍ୟ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ଏବେ ଗ୍ରାହକଙ୍କୁ ଆଉ ଏପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ବ୍ୟାଙ୍କ୍ ଗୁଡିକ ଏହି ଭୁଲ ପାଇଁ ଦେବେ ଫାଇନ୍ । ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇ କହିଛି ଯେ, ଯଦି ଗ୍ରାହକଙ୍କ ଟଙ୍କା ବ୍ୟାଙ୍କ୍ ଠିକ ସମୟରେ ଫେରସ୍ତ ନକରେ ତେବେ ଜରିମାନା ଗଣିବ । ଆସନ୍ତୁ ଏହା ବାବଦରେ ଜାଣିବା ।
ଏଟିଏମ ଟ୍ରାଞ୍ଜାକ୍ସନ ଫେଲ୍ ପରେ ବି କଟିଥିବା ଟଙ୍କା ଆକାଉଣ୍ଚକୁ ନ ଆସିଲେ ଜରିମାନା ଦେବ ବ୍ୟାଙ୍କ୍ l
