ସତ୍ୟଶିଖା ( ବାଲେଶ୍ୱର ) ୨୮.୦୭.୨୦୨୦ : ବାଲିଆପାଳ ଗାନ୍ଧୀଛକ ମୁଖ୍ୟ ରାସ୍ତା ପୋଲ ଧସି ଯାତାୟାତ ବାଧାପ୍ରାପ୍ତ । ବାଲେଶ୍ଵର ଜିଲ୍ଲା ଗାନ୍ଧୀଛକରୁ ବାଲିଆପାଳକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଘଣ୍ଟିଆଡିଠାରେ ୧୦ ଫୁଟର ଖାଲ ସୃଷ୍ଟି ହୋଇଛି । ଯାହାଫଳରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ତେବେ ଏନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଯୋଗାଯୋଗ କରିବାରୁ ଏହା ଦୀର୍ଘ ୬୦ ବର୍ଷର ପୁରୁଣା ଭୂତଳ ପୋଲ ହୋଇଥିବାରୁ ତାହା ଦୁର୍ବଳ ହୋଇ ଭାଙ୍ଗି ପଡିଥିବା କହିଛନ୍ତି । ତେବେ ବାଲି ବସ୍ତା ପକାଇ ଯାତାୟାତ ସ୍ଵାଭାବିକ କରାଯିବ ବୋଲି ସୂଚନା ଦେଇଛନ୍ତି କନିଷ୍ଠ ଯନ୍ତ୍ରୀ । ତେବେ ରାସ୍ତାର ଏଭଳି ଅବସ୍ତା ଦେଖି ଲୋକମାନେ ଭୟଭୀତ ଅବସ୍ଥାରେ ଥିବା ଜଣାପଡ଼ିଛି ।
ସମ୍ବନ୍ଧିତ ଖବର
-
୩ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରମୁଖ ମୋହନ ଭାଗବତ । -
ବୁର୍ଲା ବୀର ସୁନ୍ଦେର ସାଇ ୟୁନିଭେର୍ସିଟି ରେ ଲାଗୁ ହେଲା ୟୁନିଫର୍ମ ବା ଡ୍ରେସ କୋଡ୍। -
ଚୀନ୍ ଭାରତ ସହିତ ବାଣିଜ୍ୟ ବୃଦ୍ଧି କରିବାକୁ ଇଚ୍ଛା ପ୍ରକାଶ କରିଛି। -
ଆଜି ଭାଦ୍ରବ କୃଷ୍ଣ ପକ୍ଷ ଚତୁର୍ଥୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ। -
ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସରେ ପାଳନ ହେବ ରାଗିଂ ମୁକ୍ତ କ୍ୟାମ୍ପସ ଦିନ । -
ଜମ୍ମୁ-କଶ୍ମୀରର ବିଭିନ୍ନ ଅଞ୍ଚଳରେ “ଆଜାଦୀ କା ଅମୃତ ମହୋତ୍ସବ” ଅନ୍ତର୍ଗତ “ହର ଘର ତ୍ରିରଙ୍ଗା” ଅଭିଯାନରେ ତ୍ରିରଙ୍ଗା ରାଲି କରାଯାଉଛି । -
ନିର୍ଦ୍ଧାରିତ ୩୧ ତାରିଖରେ ହୋଇନପାରେ OTETର ସାନି ପରୀକ୍ଷା। -
ଆଜି ବିଶ୍ବ ହସ୍ତୀ ଦିବସ । -
ଆଜି ସଂସଦରେ ଉପସ୍ଥାପିତ ହେବ ନୂଆ ଆୟକର ବିଧେୟକ। -
ସୋମବାର ପଶ୍ଚିମ ତୁର୍କୀରେ ବାଲିକେସିର ପ୍ରଦେଶରେ ୬.୧ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି।